ଚେହେରାରେ ଚମକ ଆଣିଦେବ ଟମାଟୋର, ଏଭଳି କରନ୍ତୁ ବ୍ୟବହାର
ଭୁବନେଶ୍ୱର; ଓଡିଶା ଟାଇମ: ଟମାଟୋରକୁ ରୋଷଇରେ ବ୍ୟବହାର କରାଯିବା ସହ ସାଲାଡରେ ମଧ୍ୟ ଖିଆ ଯାଇଥାଏ । ଏପରିକି କିଛି କିଛି ଲୋକ ଏହାକୁ କଞ୍ଚା ଖାଇଥାନ୍ତି । ଏହା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ନୁହେଁ ବରଂ ତ୍ୱଚାରେ ଉଜ୍ୱଳତା ଆଣିବାରେ ସହାୟକ ମଧ୍ୟ ହୋଇଥାଏ ।
ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ, ସି ଓ କେ ଆଦି ଭରି ରହିଥାଏ । ଯାହା ଆପଣଙ୍କ ତ୍ୱଚାରେ ଚମକ ଆଣିଦେବାର ସାହାଯ୍ୟ କରିଥାଏ । ଜାଣନ୍ତୁ, ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ କିପରି ଟମାଟୋରକୁ ବ୍ୟବହାର କରିବେ …
ବ୍ଲେକହେଡ୍- ପ୍ରଦୂଷଣ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ମୁହଁରେ ଅନେକ ପ୍ରକାର ସମସ୍ୟ ଦେଖାଯାଇଥାଏ । ଯଦି ଆପଣ ବ୍ଲେକହେଡ୍ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଦରକାର ଅନୁଯାୟୀ ଟମାଟୋର କଟାରେ କିଛି ଚିନି ମିଶାନ୍ତୁ । ପରେ ବ୍ଲେକହେଡ୍ ହୋଇଥିବା ଜାଗାରେ ଏହାକୁ ଗୋଲାକାର ଭାବେ ଲଗାଇ ଶୁଖିବାକୁ ଛାଡିଦିଅନ୍ତୁ । ପରେ ହାଲୁକା ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ ସପ୍ତାହକୁ ଦୁଇଥର ବ୍ୟବହାର କରିପାରିବେ ।
ବ୍ରଣ- କିଛି ଲେମ୍ବୁ ରସରେ ଅଳ୍ପ ଟମାଟୋର ଓ ଅଟା ମିଶାଇ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ମୁହଁରେ ଲଗାଇ କିଛି ସମୟ ଶୁଖିବା ପାଇଁ ଛାଡିଦିଅନ୍ତୁ । ହେଲେ ଏହି ପ୍ୟାକ୍ ମୁହଁରେ ଲଗାଇବା ପୂର୍ବରୁ ପରୀକ୍ଷା କରି ଲଗାନ୍ତୁ ।
ତ୍ୱଚାରେ ଚମକ- ଏକ ଚାମଚ ଟମାଟର ଚକଟାରେ କିଛି ଦହିକୁ ଭଲଭାବେ ମିଶାଇ ଦିଅନ୍ତୁ । ପରେ ଏହି ପେଷ୍ଟକୁ ନିଜ ଚେହେରାରେ ଲଗାଇକି ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ମୁହଁକୁ ସାମାନ୍ୟ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ତ୍ୱଚାକୁ ହାଇଡ୍ରେଟ୍ କରିବା ସହ ପିଗମେଣ୍ଟେସନ୍ ଦୂର କରିଥାଏ । ଟମାଟୋର ବ୍ୟବହାର ଆପଣଙ୍କ ଚେହେରାରେ ଉଜ୍ୱଳତା ଆଣି ଦେଇଥାଏ ।