ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ ଆହତ

ଚଣ୍ଡିଖୋଲ, (ଓଡିଶା ଟାଇମ୍) :ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଆହତ ହୋଇଛନ୍ତି ।  ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି ।

ଖବର ଅନୁଯାୟୀ, ରବିବାର ସକାଳେ ବିଧାୟକ ଅମର ଶତପଥୀ ଭୁବନେଶ୍ୱର ସ୍ଥିତ ରିଜିଓନାଲ ପାର୍କରେ ପ୍ରାତଃଭମ୍ରଣ କରୁଥିଲେ । ହଠାତ୍‌ ଏହି ସମୟରେ ଶେ ଅନ୍ୟମନସ୍କ ଭାବେ ଥିବା ଏକ ଗାତରେ ତାଙ୍କ ଗୋଡ ପଡିଯାଇଥିଲା । ଯାହାଫଳରେ କି ତାଙ୍କର ଡାହାଣ ଗୋଡକୁ ଆଘାତ ଲାଗିଥିଲା । ତୁରନ୍ତ ମାନ୍ୟବର ବିଧାୟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଚିକିତ୍ସା ପରେ ଏବେ ସେ ଘରେ ବିଶ୍ରାମ ନେଉଛନ୍ତି । ତେବେ ଏହି ଅଘଟଣରେ ତାଙ୍କ ଡାହାଣ ଗୋଡ଼ର ପାଦକୁ ଜୋରଦାର ଆଘତ ଲାଗିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *