ସୁସ୍ଥ ସ୍ୱାସ୍ଥ୍ୟ ଓ ସୁନ୍ଦର ତ୍ୱଚା ପାଇଁ ଘି କୁଆଁରୀ

(ଓଡିଶା ଟାଇମ୍) : ଘି କୁଆଁରୀ ଆମ ଶରୀର ସ୍ୱାସ୍ଥ୍ୟ ଓ ସୈାନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ । ଘିକୁଆରୀକୁ ଆୟୁର୍ବେଦିକ ଭାଷାରେ ଘୃତକୁମାରୀ କୁହାଯାଏ । ଘି କୁଆଁରୀକୁ ବ୍ୟବହାର କରି ଅନେକ ରୋଗରୁ ମୁକ୍ତି ପାଇ ପାରିବା ।

ପ୍ରାକୃତିକ ଔଷଧୀୟ ଗୁଣରେ ଭରପୁର ଥିବା ଘି କୁଆରୀ ମନୁଷ୍ୟ ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ଏଥିରେ ଭିଟାମିନ, ମିନେରାଲ, ଓ ଆଣ୍ଟିଅକ୍ସିଡେଣ୍ଟସ ରହିଥାଏ । ତେବେ ଆସନ୍ତୁ ଜାଣିବା ଘି କୁଆଁରୀ ବ୍ୟବହାର କରି ଆମେ କେଉଁ କେଉଁ ରୋଗରୁ ମୁକ୍ତି ପାଇପାରିବା ।

ଘି କୁଆଁରୀ ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ ।

ଲିଭର ଡିସଅର୍ଡ଼ର, ଏନିମିଆ, ପୋଲିଓ ଭଳି ରୋଗ ପାଇଁ ଘି କୁଆଁରୀ ଲାଭଦାୟକ ।

ଭୋକ ବଢାଇବା ସହ ପେଟ ସଫା କରିବାରେ ମଧ୍ୟ ଘି କୁଆଁରୀ ହିତକାରକ ।

ସୁନ୍ଦରତା ପାଇଁ ଘି କୁଆଁରୀ

ଚମକୁଥିବା ତ୍ୱଚା ପାଇବା ପାଇଁ ଘି କୁଆଁରୀ ବହୁତ ଲାଭହାୟକ । ତ୍ୱଚାକୁ କୋମଳ ରଖିବା ସହ ଏହା ତ୍ୱଚା ସମ୍ବନ୍ଧୀୟ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଘି କୁଆଁରୀ ମୁଣ୍ଡରେ ଲଗାଇବା ଦ୍ୱାରା ଡେଣ୍ଡ୍ରଫ ମଧ୍ୟ ଭଲ ହୋଇଥାଏ ।

Leave a Reply

Your email address will not be published.