ହିଂସା ପଛର ଅପରାଧୀଙ୍କୁ ଛଡାଯିବ ନାହିଁ- ଦିଲ୍ଲୀ ପୋଲିସ କମିଶନର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାରେ ଦିଲ୍ଲୀ ପୋଲିସ କମିଶନରଙ୍କ ବଡ ବୟାନ । ଦିଲ୍ଲୀ କମିଶନର ଏସଏନ ଶ୍ରୀ ବାସ୍ତବ କହିଛନ୍ତି, ଟ୍ରାକ୍ଟର ରାଲି ବେଳେ ‘ଚାଷୀ ନେତାମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ’ ଏବଂ ପୋଲିସ ବ୍ୟାରିକେଡ ପଶି ଭାଙ୍ଗି ଥିଲେ ‘ । ଦିନ ୧୨ଟାରୁ ୫ଟା ପାର‌୍ୟ୍ୟନ୍ତ ରାଲି ପାଇଁ ଅନୁମତି ଦିଆଯାଇଥିଲା ହେଲେ ଆନ୍ଦୋଳନକାରୀମାନେ ନିୟମ ଭାଙ୍ଗିଛନ୍ତି। ଏହି ହିଂସାକାଣ୍ଡରେ ୩୯୪ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହାସହ ଅନେକ ଗୁରୁତର ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତେବେ ‘ହିଂସା ପଛର ଅପରାଧୀଙ୍କୁ ଛଡାଯିବ ନାହିଁ । ସେମାନଙ୍କ ବିରୋଧରେ ୨୫ରୁ ଅଧିକ ଅପରାଧିକ ମାମଲା ରୁଜୁ କରାଯାଇଛି । ହିଂସା ଘଟଣାରେ ସମ୍ପୃକ୍ତ ଥିବା ଚାଷୀ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଘଟଣାରେ ଏପର‌୍ୟ୍ୟନ୍ତ ୧୯ ଜଣଙ୍କୁ ଗିରଫ ଏବଂ ୫୦ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି।

Leave a Reply

Your email address will not be published. Required fields are marked *