ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ସୂଚନା, ସମସ୍ତ ବିଧାୟକ ଓ କର୍ମଚାରୀଙ୍କର ହେବ କୋଭିଡ଼ ଟେଷ୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଧାନସଭା ଅଧିବେଶନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତି କହିଛନ୍ତି ଯେ, ବିଧାନସଭା ବସିବାର ୨ ଦିନ ଆଗରୁ ଆୟୋଜି କ୍ୟାମ୍ପରେ ସ୍ୱାବ ଟେଷ୍ଟ କରାଯିବ । ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ । ଯେଉଁ ବିଧାୟକମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ, ସେମାନେ ବିଧାନସଭା ଯିବେ । ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯିବ ଟେଷ୍ଟ ।

ସେହିପରି କୋଭିଡ଼ ସମୟରେ ବିଧାନସଭା କିପରି ପରିଚାଳିତ ହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ରାଜ୍ୟରେ କରୋନା ସ୍ଥିତି ରାଜ୍ୟରେ ସଙ୍ଗୀନ ରହିଛି । ପ୍ରତିଦିନ କରୋନା ଗ୍ରାଫ ଉପରମୁହାଁ ହେବାରେ ଲାଗିଛି । ଯାହାକି ଚିନ୍ତାଜନକ । ତେବେ ଏଭଳି ସମୟରେ ଆଉ କିଛି ଦିନ ପରେ ହେବାକୁ ଯାଉଥିବା ବିଧାନସଭା ଅଧିବେଶନ ନେଇ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କର କୋଭିଡ଼ ଟେଷ୍ଟ କରାଯିବ । ରିପୋର୍ଟ ନେଗେଟିଭ୍‌ ଆସିଲେ ଯାଇଁ ବୈଠକରେ ଯୋଗଦେବାକୁ ଅନୁମତି ଦିଆଯିବ । ଏପରିକି ବିଧାନସଭା କର୍ମଚାରୀଙ୍କ ମଧ୍ୟ କୋଭିଡ଼ ଟେଷ୍ଟ କରାଯିବ । ମୌସୁମୀ ଅଧିବେଶନର ୨ ଦିନ ପୂର୍ବରୁ ଏହି କୋଭିଡ଼ ଟେଷ୍ଟ କରାଯିବ । ପୁଣି ୫ଦିନ ପରେ ଆଉ ଥରେ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published.