ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇର ତଦନ୍ତ; କଙ୍ଗନାଙ୍କ ଠାରୁ ଅକ୍ଷୟ କୁମାର ଯାଏଁ କିଏ କ’ଣ କହିଲେ, ପଢନ୍ତୁ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ସିବିଆଇ କରିବ ବୋଲି ବୁଧବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଏହି ଖବର ମିଳିବା ପରେ ସୁଶାନ୍ତଙ୍କ ଭଉଣୀଙ୍କ ସମେତ ବଲିଉଡ କଳାକାର ଓ ଫ୍ୟାନ୍ସ ମାନେ ମଧ୍ୟ ଖୁସି ବ୍ୟକ୍ତି କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ କିଏ କ’ଣ କହିଲେ, ପଢନ୍ତୁ…
ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦ୍ଦେଶରେ ଖୁସି ବ୍ୟକ୍ତ କରି ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କ୍ରିତି କହିଛନ୍ତି ଯେ “ମୁଁ ଭଗବାନ ଓ ସୁଶାନ୍ତଙ୍କ ଫ୍ୟାନ ମାନଙ୍କୁ ଧନ୍ୟବାଦ ଜଣାଉଛି । ସତ୍ୟ ଆଡକୁ ଏହା ପ୍ରଥମ ପଦକ୍ଷେପ” ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।
ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟର ସବୁବେଳେ ଜୟ!
ଅଭିନେତ୍ରୀ କଙ୍ଗନା ରଣାୱତ ଟ୍ୱିଟ୍ କରି କହିଛନ୍ତି, “ମାନବତାର ଜୟ ହୋଇଛି । ସମସ୍ତ ଏସଏସଆର ଯୋଦ୍ଧାଙ୍କୁ ଶୁଭେଚ୍ଛା । ପ୍ରଥମ ଥର ପାଇଁ କଲେକ୍ଟିଭ୍ କନସିଅସନେସକୁ ଦେଖି ମୋତେ ଖୁସି ଲାଗୁଛି ।
ସେହିପରି ଅଭିନେତ୍ରୀ କ୍ରିତି ସାନନ କହିଛନ୍ତି ଯେ, ସିବିଆଇକୁ ସୁଶାନ୍ତଙ୍କ ମାମଲା ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆଶାର କିରଣ ଦେଖାଯାଉଛି ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଶୁଣାଣି ପରେ ଜଷ୍ଟିସ୍ ହୃଷିକେଶ ରାୟଙ୍କ ଖଣ୍ଡପୀଠ ଏହି ରାୟ ସଂରକ୍ଷିତ ରଖିଥିଲେ। ବିହାର ସରକାରଙ୍କ ବରିଷ୍ଠ ଆଡଭୋକେଟ ମନିନ୍ଦର ସିଂ, ମହାରାଷ୍ଟ୍ର ସରକାରଙ୍କ ଅଭିଷେକ ମନୁ ସିଂଭି, ସୁଶାନ୍ତ ସିଂ ରାଜପୁତଙ୍କ ପରିବାରରୁ ଶ୍ୟାମ ଡିଭାନ ରିୟା ଏବଂ ବିକାଶ ସିଂ ଏହି ମାମଲରେ ନିଜ ପକ୍ଷ ସୁପ୍ରିମକୋର୍ଟରେ ରଖିଥିଲେ।
ମୃତ୍ୟୁର କିଛି ଦିନ ପରେ ପିତା କେେ କେ ସିଂହ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ । ଏପରିକି ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ । ଯାହାପରେ ମନି ଲଣ୍ଡରିଂ ମାମଲାରେ ମଧ୍ୟ ରିୟା ଓ ତାଙ୍କ ପରିବାରର ସଦସ୍ୟ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।