ଆକାଶ ପାଠକ ଆମର କର୍ମଚାରୀ ନୁହେଁ: ଟାଟା
ଭୁବନେଶ୍ବର, (ଓଡିଶା ଟାଇମ୍) :ଆଇଏଏଫ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଆମର କର୍ମଚାରୀ ନୁହେଁ। ଟ୍ରାଭେଲ୍ ଏଜେନ୍ସି ସ୍କାଏ କିିଙ୍ଗ ସହ ଆମର କୌଣସି ବ୍ୟାବସାୟିକ ସଂପର୍କ ନାହିଁ ବୋଲି ଟାଟା କଂପାନି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସ୍କାଏ କିଙ୍ଗ ସହିତ ଆମର କୌଣସି କାରବାର ହୋଇ ନାହିଁ। ସ୍କାଏ କିଙ୍ଗ୍ ଭାଉଚର ଉପରେ କେବେ ବି ଜିଏସ୍ଟି ଦାବି କରିନଥିଲୁ ବୋଲି ଟାଟା କହିଛି।
ସୂଚନାଯୋଗ୍ୟ, ଟାଟା କଂପାନି ସହିତ ଆକାଶ ପାଠକର ସଂପର୍କ ଅଛି କି ନାହିଁ, ଏନେଇ କମିସନରେଟ ପୁଲିସ ପକ୍ଷରୁ କଂପାନି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲା। ଏହାର ଉତ୍ତରରେ ଏଭଳି ସ୍ପଷ୍ଟିକରଣ ଦେଇଛି ଟାଟା ମୋଟର୍ସ।