ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର, (ଓଡିଶା ଟାଇମ୍) : ବଢିଲା ଆକାଶ ପାଠକଙ୍କ ଅଡୁଆ। ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏ ନେଇ ପୂର୍ବରୁ କ୍ରାଇମ ବ୍ରାଞ୍ଚ ଭୁବନେଶ୍ୱର SDJM କୋର୍ଟଙ୍କ ଅନୁମତି ମାଗିଥିଲା। ଆକାଶଙ୍କ ୫ ଦିନିଆ ରିମାଣ୍ଡକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ।

ସେପଟେ ପ୍ରଦୀପ ପାଣିପଗ୍ରାହୀଙ୍କ ପିଏ ସର୍ବେଶ୍ବର ରାଓଙ୍କୁ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି । ଆକାଶଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ୍‌ ପିଟରଙ୍କ ବୟାନ ଅନୁଯାୟୀ ହାଜର ହେବାକୁ ନୋଟିସ୍ । ସର୍ବେଶ୍ବର ସମେତ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *