ଗଲୱାନ୍ ଘାଟି ବିବାଦ ଉପରେ ଫିଲ୍ମ କରିବେ ଅଜୟ ଦେବଗନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଗଲୱାନ ଘାଟି ବିବାଦ ତଥା ସହିଦ ଭାରତୀୟ ଯବାନଙ୍କ ଉପରେ ଫିଲ୍ମ ବନାଇବାକୁ ଯାଉଛନ୍ତି ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନ ।

ଏନେଇ ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଫିଲ୍ମର ଟାଇଟଲ୍ ଏଯାଏଁ ଠିକ୍ ହୋଇନାହିଁ । ଫିଲ୍ମରେ ସେହି ୨୦ ଜଣ ଭାରତୀୟ ସୈନିକଙ୍କ କାହାଣୀ ଦେଖାଯିବ, ଯିଏକି ଚୀନ ସୈନିକଙ୍କ ସହ ସାହସର ସହ ଲଢେଇ କରିଥିଲେ । ହେଲେ ଏଯାଏଁ ଏହି ଫିଲ୍ମରେ କିଏ ନିର୍ଦ୍ଦେଶନା ଦେବେ ସେନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ହେଲେ ତରଣଙ୍କ ଏପରି ଟ୍ୱିଟକୁ ନେଇ ୟୁଜର୍ସମାନେ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ଆଉ କିଛି ୟୁଜର୍ସ ଉଭୟ ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କ ମଜାକ ବି ଉଡାଉ ଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏହାର କାରଣ କୁହାଯାଉଛି ଯେ ଅକ୍ଷୟ ସବୁବେଳେ ସାମାଜିକ ମୁଦ୍ଦା ତଥା ଦେଶଭକ୍ତି ଉପରେ ଫିଲ୍ମ ବନାଇବାରେ ଆଗଭର ଥାଆନ୍ତି ।

ଅଜୟଙ୍କ ଫିଲ୍ମ ସମ୍ପର୍କରେ ଜଣାପଡିବା ପରେ ଅକ୍ଷୟ କୁମାରଙ୍କ ଉପରେ ଜୋକ୍ ମଧ୍ୟ କରାଯାଉଛି । କେହିକେହି ୟୁଜର୍ସ ଟ୍ୱିଟ୍ କରିଛନ୍ତି ଯେ ଅଜୟ କୁଆଡେ ଅକ୍ଷୟ କୁମାରଙ୍କ ଫିଲ୍ମ ନେଇ ଯାଇଛନ୍ତି ।

ଏହାଛଡା ଅଜୟଙ୍କ ଅଭିନୀତ ଏବଂ ଅଭିଷେକ ଡୁଧାୟଙ୍କ ନିର୍ଦ୍ଦେଶନାରେ ତିଆରି ହେଉଛି ‘ଭୁଜ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ । ଏଥିରେ ଅଜୟ ଲିଡ୍ ରୋଲରେ ନଜର ଆସିବେ । ଏତେସବୁ ଭିତରେ ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ ହୋଇଛି । ଗୋଟିଏରେ ଅଜୟ ଦେବଗନ ଓ ଆଉ ଗୋଟିଏ ପୋଷ୍ଟରରେ ସଞ୍ଜୟ ଦତ୍ତଙ୍କ ଲୁକ୍ ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ, ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ଫଳରେ ଗତ ଜୁନ୍ ୧୫ ତାରିଖରେ ଗଲୱାନ ଘାଟିରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା । ଯାହାଫଳରେ ଭାରତର ପ୍ରାୟ ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ସୈନ୍ୟମାନେ ମଧ୍ୟ ମୃତାହତ ହୋଇଥିଲେ ।

Leave a Reply

Your email address will not be published.