ରାଜଧାନୀରେ ଜଟିଳ ସ୍ଥିତିରେ ବାୟୁ ପ୍ରଦୂଷଣ, ଏହି ସବୁ ଲୋକ ଘରୁ ନବାହାରିବାକୁ ନିର୍ଦ୍ଦେଶ !
ନୂଆଦିଲ୍ଲୀ, ( ଓଡିଶା ଟାଇମ୍): ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ । ସାଧାରଣ ଲୋକଟିଏ ନିଶ୍ୱାସ ନେବା କଷ୍ଟକର ହେଇପଡ଼ୁଛି । ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା ଆହୁରି ବିପଜ୍ଜନକ । ଏବେ ସେମାନଙ୍କର କିଛିଦିନ ଧରି ବାହାରକୁ ବହରିବା ସମ୍ଭବ ହେବ ନାହିଁ । ସରକାରଙ୍କ ପଦେକ୍ଷେପ ପରେ ବି ପ୍ରଦୂଷଣ କମିବାର ନାଁ ନେଉ ନାହିଁ। ସୋମବାର ବି ଦିଲ୍ଲୀରେ ବାୟୁର ମାନ(ଏକ୍ୟୁଆଇ) ଅତି ନିମ୍ନସ୍ତରରେ(ଭେରି ଲୋ କ୍ୟାଟେଗୋରୀ) ରହିଛି। ଆସନ୍ତାକାଲି ମଧ୍ୟ ବାୟୁରମାନ ଅତି ଖରାପ ରହିବ ବୋଲି ସିଷ୍ଟମ୍ ଅପ୍ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟ ଆଣ୍ଡ ରିସର୍ଚ୍ଚ(ଏସ୍ଏଏଫ୍ଏଆର୍) ଅନୁମାନ କରିଛି।
ସୂଚନା ଅନୁସାରେ, ସୋମବାର ସକାଳେ ଦିଲ୍ଲୀରେ ଏକ୍ୟୁଆଇ ୩୫୨ ରହିଛି। ଦିଲ୍ଲୀ ଆଇଆଇଟି ଏରିଆରେ ଏକ୍ୟୁଆଇ ୩୩୯ ରହିଛି। ସେହିପରି ପୁସା ଠାରେ ବାୟୁର ମାନ ୩୩୬ସ ଲୋଧି ରୋଡ ୩୩୬, ଆଇଆଇଟି ଦିଲ୍ଲୀରେ ୩୩୯, ଲୋନି ୩୨୪ ଏବଂ ଏୟାରପୋର୍ଟ ଏରିଆରେ ବାୟୁରମାନ ୩୫୭ ରହିଛି ବୋଲି ସଫର ସୂଚନା ଦେଇଛି। ଅନ୍ୟପଟେ ସବୁଠାରୁ ପ୍ରଦୂଷିତ ସ୍ଥାନ ନୋଏଡ଼ାରେ ଏକ୍ୟୁଆଇ ୩୪୬ ଓ ଗୁରୁଗ୍ରାମରେ ଏକ୍ୟୁଆଇ ୩୫୮ ରହିଛି।
ଦୀପାବଳି ପରଠାରୁ ଦିଲ୍ଲୀରେ ସ୍ଥିତି ଆହୁରି ଭୟଙ୍କର ହୋଇଛି। ବାଣ ଫୁଟାଇବା ନେଇ ସୁପ୍ରିମ୍କୋର୍ଟ ବ୍ୟାନ ଲଗାଇବା ସତ୍ତ୍ୱେ ବି ଦିଲ୍ଲୀରେ ଲୋକମାନେ ଅମାନିଆ ହୋଇ ବାଣ ଫୁଟାଇଥିଲେ। ଯାହାଫଳରେ ବାୟୁରମାନ ଖରାପ ଦିଗକୁ ଗତି କରିଥିଲା। କେନ୍ଦ୍ର ଓ ଦିଲ୍ଲୀ ସରକାର ଏଥିପାଇଁ ମୁଖ୍ୟତଃ କୃଷକଙ୍କ କ୍ଷେତରେ ନଡ଼ା ଜଳାଇବାକୁ ଦାୟୀ କରିଥିବା ବେଳେ ସୁପ୍ରିମକୋର୍ଟ କିନ୍ତୁ ଉଭୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କୃଷକଙ୍କ ନଡ଼ା ଜଳାଇବାରୁ ନୁହେଁ ବରଂ ନିର୍ମାଣ ଓ ରାସ୍ତା କାମରେ ନିର୍ଗତ ଧୂଳି ଧୂଆଁରୁ ପ୍ରଦୂଷଣ ଅଧିକ ହେଉଥିବା ସୁପ୍ରିମକୋର୍ଟ କହିଥିଲେ।











