ଏୟାର ଇଣ୍ଡିଆ କର୍ମଚାରୀଙ୍କ ପାଇଁ ଆସିଲା ନୂଆ ଡ୍ରେସ୍ କୋଡ୍‌; ପଢନ୍ତୁ କ’ଣ ରହିଛି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ନିଜ କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ୍ କୋର୍ଡ ନିର୍ଦ୍ଧାରିତ କରିଛି ।

ନୂଆ ଡ୍ରେସ୍ କୋର୍ଡ ଅନୁଯାୟୀ କର୍ମଚାରୀ ମାନେ ଏବେ ଜିନ୍ସ, ଟି-ସାର୍ଟ, ପୋଲୋ, ସ୍ଲିପର, ସେଣ୍ଡେଲ୍ ଆଦି ପିନ୍ଧି ପାରିବେ ନାହିଁ । କମ୍ପାନୀ ପକ୍ଷରୁ ଅଗଷ୍ଟ ୨୫ ତାରିଖରେ ଜାରି ଏକ ସର୍କୁଲାର ଅନୁଯାୟୀ “କର୍ମଚାରୀ ମାନେ ସବୁବେଳେ ଭଲ ଓ ପେଶାଦାର ନଜର ଆସିବେ । ପୋଷାକ ସଫା ସୁତୁରା ଓ ଇସ୍ତ୍ରୀ କରାଯିବା ଉଚିତ୍‌” ।

ଆମର ସବୁ କର୍ମଚାରୀ ଏୟାର ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡର ଏବଂ ସେମାନଙ୍କର ପୋଷାକ ପତ୍ର କମ୍ପାନୀର ଛବି ଭଳି ।

ପୁରୁଷ କର୍ମଚାରୀ ମାନେ ଫରମାଲ୍ ସାର୍ଟ ଓ ଟ୍ରାଉଜର ପିନ୍ଧିବେ ଏବଂ ମହିଳା କର୍ମଚାରୀ ମାନେ ଫରମାଲ୍ ଇଣ୍ଡିଆନ୍ ନଚେତ୍ ୱେଷ୍ଟର୍ନ ପୋଷାକ ପିନ୍ଧିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହାବ୍ୟତିତ କର୍ମଚାରୀ ମାନେ ବିନା ସେବ୍ ରେ ନଜର ଆସିବେ ନାହିଁ । ଏପରିକି ସେମାନଙ୍କୁ ଶାରିରୀକ ଭାବେ ଫିଟ୍ ରହିବାକୁ ପଡିବ । ନିର୍ଦ୍ଦେଶର ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କର୍ମଚାରୀ ମାନେ ଭଲ ଦେଖାଯିବାକୁ ପ୍ରୟାସ କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published.