କେରଳ କୋଝିକୋଡ଼େରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ

କେରଳ, (ଓଡିଶା ଟାଇମ୍) :କେରଳ କୋଝିକୋଡ଼ରେ ଆଜି ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି। କୋଝିକୋଡ଼ କରିପୁର ବିମାନବନ୍ଦରରେ ଅବତରଣ ବେଳେ ଏୟାର ଇଣ୍ଡିଆ ବିମାନ ବି-୭୩୭ ରନୱେରେ ସ୍ଲିପ୍‌ ହୋଇ ଘାଟିକୁ ଖସିପଡିଛି। ଫଳରେ ପାଇଲଟ୍‌ ଓ ଅନ୍ୟ ୬ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି।

ଦୁର୍ଘଟଣାଗ୍ରସ୍ତ ବିମାନର ଅନେକ ଯାତ୍ରୀ ଏବେବି ନିଖୋଜ ଥିବା ସୂଚନା ମିଳୁଛି। ବିମାନ ଦୁବାଇରୁ ଅପରାହ୍ନ ୪ଟା ୪୫ ମିନିଟ୍‌ରେ ଭାରତ ଅଭିମୁଖେ ଉଡାଣ କରିଥିଲା। ନିୟମିତ ସମୟ ୭ଟା ୪୦ ମିନିଟରେ ଅବତରଣ କରୁଥିବା ବେଳେ ବର୍ଷା ଯୋଗୁ ରନୱେରେ ଖସଡିଯାଇଥିଲା । ବିମାନରେ ୧୭୦ ଜଣ ଯାତ୍ରୀ ଓ ୨୧ ଜଣ ଚାଳକଦଳ ସଦସ୍ୟ ଥିଲେ। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦମକଳ ଓ ୨୪ ଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

କେରଳରେ ଲଗାତାର ଭୀଷଣ ବର୍ଷା ଯୋଗୁଁ ରନୱେରେ ଜଳପ୍ରବାହ ହୋଇଥିବାରୁ ବିମାନ ରନୱେରୁ ଖସି ଆଗକୁ ଚାଲିଯାଇଥିଲା ଏବଂ ଦୁର୍ଘଟଣା ଘଟିଥିଲା । କେରଳ ପୋଲିସ କହିଛି ଯେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ଖୋଜିବା କାମ ଜାରି ରହିଛି ।

Leave a Reply

Your email address will not be published. Required fields are marked *