ଖୋର୍ଦ୍ଧା ବରୁଣେଇ ଜଙ୍ଗଲରେ ନିଆଁ
ଖୁର୍ଦ୍ଧା, (ଓଡିଶା ଟାଇମ୍) :ରବିବାର ଦିନ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଜଙ୍ଗଲରେ ନିଆଁ ଲାଗିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା । ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ବଡ଼ଧରଣର କ୍ଷୟକ୍ଷତି ହୋଇନଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଟଣାସ୍ଥଳରେ ଗୋଟିଏ ଦମକଳ ଗାଡି ନିୟୋଜିତ ରହିଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଅନେକ ବଡ଼ ବଡ଼ ଜଙ୍ଗଲରେ ନିଆଁ ଲାଗିଛି । କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗୁଛି । ତାହା ବର୍ତ୍ତମାନ ପର୍ଯ୍ୟନ୍ତି କିଛି ସ୍ପଷ୍ଟ ହୋଇନାହିଁ । ତେବେ ସବୁଠାରୁ ଆଶ୍ୱସ୍ତିକର ଖବର ହେଉଛି । ଶିମିଳିପାଳ ଅଭୟ୍ୟାରଣରେ ଲାଗିଥିବା ନିଆଁ ଧୀରେ ଧୀରେ ପ୍ରକୋପ କମିବାରେ ଲାଗିଛି ।











