ବିଳମ୍ବିତ ରାତିରେ ଜଳିଗଲା ୪ ବସ୍, ଗୋଟିଏ କାର୍
ଭଦ୍ରକ, (ଓଡିଶା ଟାଇମ୍) : ଗ୍ୟାରେଜରେ ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ୍ ଓ ଗୋଟିଏ ସ୍କୋର୍ପିଓ ଗାଡି । ଅଗ୍ନିଶମ ବାହିନୀର ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି ।
ଅଗ୍ନିଶମ ବାହିନୀର ତିନିଟି ଗାଡି ପହଞ୍ଚି ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିଛନ୍ତି । ବସ୍ ଭିତରେ ଶୋଇଥିବା ବସର କର୍ମଚାରୀ ନିଆଁ ଲାଗିବା ଦେଖି ଜୀବନ ବିକଳରେ ଦୌଡି ପଳାଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।