ଭୟାବହ ଅଗ୍ନିକାଣ୍ଡ , ଗୋଟିଏ ପରିବାରର ୬ ବଖରା ଘର ପୋଡି ପାଉଁଶ
ଚାନ୍ଦବାଲି, (ଓଡିଶା ଟାଇମ୍) :ଭଦ୍ରକ ଜିଲ୍ଲା ଆରଡି ନିକଟସ୍ଥ ନାନ୍ଦପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଗୋଟିଏ ପରିବାରର ୬ ବଖରା ଘର ପୋଡି ଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡି ନଷ୍ଟ ହୋଇଯାଇଛି।
ନାନ୍ଦପୁର ଗାଁର ବାସୁଦେବ ଦାସଙ୍କ ଘରେ ରୋଷେଇ ଚାଲିଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ତାଙ୍କର ୬ବଖରା ଘର ସମେତ ଗୋରୁ ଗୁହାଳ ଓ ସମସ୍ତ ଆସବାପତ୍ର ପୋଡି ନଷ୍ଟ ହୋଇଯାଇଛି। ନିଆଁ ଲାଗିବା ପରେ ଘର ଭିତରେ ଥିବା ୨ଜଣ ଛୋଟ ପିଲାଙ୍କ ସହ ୫ଜଣ ଜୀବନ ବଞ୍ଚାଇବାକୁ ଘରୁ ବାହାରକୁ ପଳାଇ ଆସିଥିଲେ।
ଗାଁ ଲୋକ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ନିଆଁର ପ୍ରକୋପ ଏତେ ଅଧିକା ଥିଲା ଯେ, ଘରୁ କୌଣସି ଧନ ସମ୍ପତ୍ତ ଉଦ୍ଧାର କରି ପାରିନଥିଲେ ଲୋକେ। ଏଠାରୁ ଦମକଳ ଅଫିସ ଦୀର୍ଘ ୪୦ କିଲୋମିଟର ଦୂରରେ ରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।











