ସନ୍ଧ୍ୟାରେ ପୁଣି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ, (ଓଡିଶା ଟାଇମ୍) : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ପୁଣି ସନ୍ଧ୍ୟା ୬ଟାରେ ବୈଠକ ବସିବ । ଛତିଶାନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା ହେବ ।
ଶ୍ରୀମନ୍ଦିର ଭିତରେ କେମିତି ବିଧି ରକ୍ଷା ହେବ ସେନେଇ ଆଲୋଚନା କରାଯିବ । ବୈଠକ ପରେ ଶଙ୍କରାଚାର୍ଯ୍ୟଙ୍କ ସହ ମଧ୍ୟ ଆଲୋଚନା ହେବ । ଆସନ୍ତକାଲି ସକାଳ ସୁଦ୍ଧା ନିଷ୍ପତ୍ତି ନିଆଯିବ ।
କିନ୍ତୁ ସୁପ୍ରିମକୋର୍ଟଙ୍କ ଗାଇଡ଼ଲାଇନକୁ ପାଳନ କରାଯିବ ବୋଲି ଗଜପତି କହିଛନ୍ତି । ଧାର୍ମିକ କାରଣରୁ ରଥଯାତ୍ରା ବନ୍ଦ ହେଉ ନାହିଁ । କରୋନା ପାଇଁ ଅତ୍ୟନ୍ତ ଦୁଃଖର ସହ ଏହିପରି ନିଷ୍ପତ୍ତି ନିଆଯାଇଛି । ଧାର୍ମିକ ପ୍ରକ୍ରିୟା ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ମହାମାରୀ କରୋନା ସଂକଟ ସମୟରେ ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧର ପଣା, ନିଳଦ୍ରୀବିଜେ ଯାତ୍ରା ସମ୍ଭବ ନୁହେଁ ବୋଲି ଗଜପତି କହିଛନ୍ତି ।