ରାଜ୍ୟର ୪ ଜିଲ୍ଲା ଓ ରାଉରକେଲାରେ ଜାରି ହେଲା ଲକଡାଉନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମ୍ମିଳନୀରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ର ମଧ୍ୟରାତ୍ରି ଯାଏଁ ୪ ଜିଲ୍ଳା ଓ ରାଉରକେଲା ଲକଡାଉନ ରହିବ । ୪ଜିଲ୍ଲା ହେଉଛି ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର , କଟକ । ଲକଡାଉନ ସମୟରେ ସମସ୍ତ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ । ଦୋକାନ, ବଜାର, ଅଫିସ, ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଜୁଲାଇ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ । ସରକାର କରୋନା ମୁକାବିଲା ପାଇଁ ପଦକ୍ଷେପ ନେଉଥିଲେ ମଧ୍ୟ ଏହାକୁ ଅଧିକ କଡାକଡି କରାଯିବ । କାରଣ କିଛି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମୟରେ ଟେଷ୍ଟି ବୃଦ୍ଧି ହେବ । ପଜିଟିଭ୍ ବାହାରିଲେ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଏହି ୧୪ ଦିନ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟବାସୀଙ୍କ ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଏହି ସବୁ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏଁ ପରିବା, କ୍ଷୀର ଦୋକାନ ଆଦି ଖୋଲାରହିବ । ଅନ୍ୟ ଦୋକାନ ବଜାର ସପିଂ ମଲ୍, ଅଫିସ, ଅନୁଷ୍ଠାନ ସବୁ ବନ୍ଦ ରହିବ । କେବଳ କେନ୍ଦ୍ର ସରକାରଙ୍କ ଡିଫେନ୍ସ, ରାଜ୍ୟ ସରକାରଙ୍କ ସିଏଜି, ଟ୍ରେଜେଜୀ ଆଦି ଖୋଲା ରହିବ । ପୋଷ୍ଟ ଅଫିସ୍, ଏନଆଇସି, ଆଇଏମଡି, ଜିଏସଟିଏନ, ଟେଲିକମ୍ ଅଫିସ୍, ଆରବିଆଇର ଅଫିସ, ଏଟିଏମ ଆଦି ଖୋଲା ରହିବ । ତେବେ ଜୋମାଟୋ, ସ୍ୱିଗି, ଚିଲିକା ଫ୍ରେସର ହୋମ୍ ଡେଲିଭରୀ ପୂର୍ବଭଳି ଚାଲିବ । ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ୍ ଆଦି ଖୋଲା ରହିବ । ସେହିପରି ଇ-କମର୍ସ ମଧ୍ୟ ଜାରି ରହିବ ।

ସେହିପରି କ୍ଲିନିକ୍, ନର୍ସିଂ ହୋମ୍, ଆମ୍ବୁଲାନ୍ସ, ମେଡିକାଲ, ଓ୍ୱାଟର ସପ୍ଲାଇ, ସାନିଟେଜସନ୍ ଆଦି ଖୋଲା ରହିବ ।

Leave a Reply

Your email address will not be published.