ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ
ରାଉରକେଲା, (ଓଡିଶା ଟାଇମ୍) : ରାଉରକେଲାରେ ପୁଣି ଜିଏସଟି ଠକେଇ । ଏଥର କଲେଜ ଛାତ୍ରଙ୍କ ନାଁରେ ଆସିଛି ଜିଏସଟି ଠକେଇ ଅଭିଯୋଗ । ଜଣେ ଛାତ୍ର ଷ୍ଟାର ବିଲେଟ୍ ନାଁରେ କମ୍ପାନୀ ଖୋଲି ୩୮କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । ଛାତ୍ର ଜଣଙ୍କ ହେଉଛନ୍ତି ରାଉରକେଲା ଜଗଦା ଅଞ୍ଚଳର ଘଟେଶ୍ବର ବାଗ । ତେବେ ଜିଏସଟି ପକ୍ଷରୁ ଛାତ୍ରଙ୍କ ନିକଟକୁ ନୋଟିସ୍ ଆସିଥିବା ଜଣାପଡିଛି ।