ଗଞ୍ଜାମ ପରେ ଯାଜପୁରରେ କରୋନା ସଂକ୍ରମଣ ଚିନ୍ତା, ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ମନା
ଭୁବନେଶ୍ବର, (ଓଡିଶା ଟାଇମ୍) : ଗଞ୍ଜାମ ପରେ ଯାଜପୁର ଜିଲ୍ଲାରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ୍ ଯିବାକୁ ବାରଣ କରାଯାଇଛି। ୮ ତାରିଖ ମଧ୍ୟରାତ୍ର ଯାଏ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ଯିବାକୁ ବାରଣ କରିଛନ୍ତି ଯାଜପୁର ଜିଲ୍ଲାପାଳ।
୪୮ ଘଣ୍ଟା ମଧ୍ୟରେ ଯାଜପୁରରେ ୮୧ କରୋନା ପଜିଟିଭ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ୮୧ ଜଣଙ୍କ ମଧ୍ୟରେ ଜଣେ ବରିଷ୍ଠ ସରକାରୀ ଅଫିସର ଥିବା ସୂଚନା ମିଳିଛି।
ଯାଜପୁର ତହସିଲର ତହସିଲଦାର କରୋନା ଆକ୍ରାନ୍ତ ହେବା ପରେ ତହସିଲ ଅଫିସର ସମସ୍ତ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ କରାଯିବା ସହ ସେମାନଙ୍କୁ କ୍ୱାରେଂଟିନରେ ରହିବାକୁ ପରାମର୍ଶ ଦିଆଯାଇଛି ।ତେବେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏପରି ନିଷ୍ପତି ନେଇଛି ଯାଜପୁର ଜିଲ୍ଲା ପ୍ରଶାସନ ।ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ।