ତାଲିବାନକୁ ଖୋଲା ଚ୍ୟାଲେଞ୍ଜ କଲେ ଆଫଗାନିସ୍ତାନର ପ୍ରଥମ ମହିଳା ମେୟର

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ ହୋଇଥିବା ପରିବର୍ତ୍ତନ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ହୋଇଛି । ସେମିତି କିଛି ଦେଶର ପ୍ରଥମ ମହିଳା ମେୟର ଜରୀଫା ଗଫାରିଙ୍କ ସହ ହୋଇଛି । ଦେଶକୁ ତାଲିବାନ କବଜା କରିବା ପରେ ସେଠାକାର ପରିସ୍ଥତିକୁ ନେଇ ସେ ବହୁତ ଚିନ୍ତିତ ଅଛନ୍ତି । ଏବେ ଜରୀଫା ତାଲିବାନଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି, ମୁଁ ଅପେକ୍ଷା କରିଛି ତାଲିବାନୀ ଆସ ମୋ ସହ ଅନ୍ୟ ଲୋକମାନଙ୍କୁ ମାରିଦିଅ । ଆଇ ନ୍ୟୁଜ୍‌କୁ ଏନେଇ ଜରୀଫା କହିଛନ୍ତି।

ଗୋଟିଏ ସପ୍ତାହ ପୂର୍ବରୁ ଆଗାମୀ ଭବିଷ୍ୟତରେ ସବୁ କିଛି ଠିକ ହେବ ବୋଲି ଆଶା କରିଥିବା ଜରୀଫାଙ୍କୁ ଏବେ ସବୁ ଅନ୍ଧାର ଦେଖାଯାଉଛି ବୋଲି ଖବର ପ୍ରକାଶ ପାଇଛି । ନିଜ ଆପାର୍ଟମେର୍ଟରେ ବସି ତାଲିବାନୀଙ୍କ ଅପେକ୍ଷା କରିଛନ୍ତି ପ୍ରଥମ ମହିଳା ମେୟର। ତାଙ୍କୁ କିମ୍ବା ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ କେହି ନାହାନ୍ତି ବୋଲି ସେ କହିଛନ୍ତି। ଏହା ସହ ସେ କହିଛନ୍ତି, ମୁଁ ମୋ ସ୍ବାମୀଙ୍କ ସହ ଘରେ ଅଛି । ଯିବି ଯଦି କେଉଁଆଡ଼େ ଯିବି ? ଏତିକି କହି ଆଉ କିଛି କହିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି ଜରୀଫା। ୨୭ ବର୍ଷୀୟା ଗଫାରି ୨୦୧୮ରେ ଆଫଗାନିସ୍ତାନର ବାରଦକ ପ୍ରାନ୍ତରୁ ସବୁଠୁ ଯୁବ ଏବଂ ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଥିଲେ।  ଗଫାରିଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ଦାୟିତ୍ବ ମିଳିଥିଲା। ଯୁବପିଢ଼ିଙ୍କୁ ଆଫଗାନିସ୍ତାନର ବିକାଶ ଏବଂ ସମୃଦ୍ଧ ତଥା ଅଧିକାରର ବ୍ରାଣ୍ଡ ଆମ୍ବାସେଡର ବୋଲି ଭାବିଥିଲେ ଜରୀଫା। ସେମାନେ ଲଢ଼େଇ ଜାରି ରଖିବେ ବୋଲି ମଧ୍ୟ ସେ କହିଥିଲେ। କିନ୍ତୁ ଏବେ ତାଲିବାନ ପୁଣି ଥରେ ଆଫଗାନିସ୍ତାନରେ କବଜା ଜମାଇ ଶାସନକୁ ଫେରିଛି। ତାଲିବାନ ସର୍ବଦା ମହିଳା ନେତାଙ୍କୁ ହତ୍ୟା କରିବା ନେଇ କହିଥାଏ। ସେପଟେ ଗଫାରିଙ୍କ ପିତାଙ୍କୁ ଗତବର୍ଷ ୧୫ ନଭେମ୍ବରରେ ତାଲିବାନୀ ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *