ଅଶାନ୍ତ ହେବାରେ ଲାଗିଛି ସମୁଦ୍ର,  ଲୋକଙ୍କୁ ସତର୍କ କଲା ପ୍ରଶାସନ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ସାମୁଦ୍ରିକ ଝଡ ଅମ୍ଫନ କାରଣରୁ ସମୁଦ୍ର ଅଶାନ୍ତ ହୋଇଉଠିଛି । ଏହି କାରଣରୁ ଦୀଘାରେ କ୍ରମାଗତ ଭାବେ ସମୁଦ୍ରରେ ଉଚ୍ଚା ଉଚ୍ଚା ଲହଡି ଆସୁଛି । ସମୁଦ୍ରର ଏପରି ଅଶାନ୍ତ ରୂପକୁ ଦେଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଲୋକଙ୍କୁ ସତର୍କ କରିବା ସହ ଉପକୂଳ ଅଂଚଳକୁ ନଯିବାକୁ ବାରଣ କରିଛନ୍ତି। ଏବେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି।
ସେହିପରି ବାତ୍ୟା  ଅମ୍ପନ ଘଣ୍ଟାକୁ ୨୯କିମି ବେଗରେ ଗତି କରୁଥିବା କୁହାଯାଇଛି ।   ଧୀରେ ଧୀରେ ଦୀଘାରେ ପବନର ବେଗ ବୃଦ୍ଧି ପାଉଥିବାରୁ ସମୁଦ୍ରର ଏପରି ଉଗ୍ରରୂପ ଆଗକୁ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି l
ବାଲେଶ୍ୱରର ଚାନ୍ଦିପୁର ବେଳାଭୂମିରେ ବି ବଡବଡ ଜୁଆର ଦେଖିବାକୁ ମିଳିଛି।   ପବନର ବେଗ ସକାଳେ ଯେତିକି ରହିଥିଲା , ସମୟ ବଢିବା ସହ ଏହା ଅଧିକ ହୋଇଛି । ସେପଟେ ସାମୁଦ୍ରିକ ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଛି । ଅନ୍ୟପଟେ ଜୋରରେ ପବନ ବହିବାରୁ ବହୁ ଗଛ, ଇଲେକକ୍ଟ୍ରି ଖୁଣ୍ଟି ଉପୁଡ଼ି ପଡ଼ିଛି । ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରାସ୍ତା ଅବରୋଧ ହୋଇଛି l ଏଥି ପାଇଁ ବାଲେଶ୍ୱରରେ -୧୦ଟିମ୍, ମୟୁରଭଞ୍ଜ ୨ଟି ଏନ୍ଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି । ବାଲେଶ୍ୱରରେ ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ବୋଲି ଏସଆରସି କହିଛନ୍ତି ।

Leave a Reply

Your email address will not be published. Required fields are marked *