କରୋନା ନେଲା ଜଣେ ପ୍ରଶାସିକାଙ୍କ ମୁଣ୍ଡ
କରୋନା ନେଲା ଜଣେ ପ୍ରାଶାସନିକ ଅଧିକାରୀଙ୍କ ମୁଣ୍ଡ । ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗ ହୁଗଲୀ ଜିଲ୍ଲା ଅନ୍ତର୍ଗତ ଚନ୍ଦନ ନଗର ସବ୍ ଡିଭିଜନର ଡେପୁଟି ମାଜିଷ୍ଟ୍ରେଟ୍ ଦେବଦତ୍ତା ରାୟ । କିଛି ଦିନ ତଳେ ଦେବଦତ୍ତାଙ୍କ ଠାରେ କରୋନା ଲକ୍ଷ୍ୟଣ ଦେଖା ଦେଇଥିଲା । ଦମ୍ ଦମ୍ ଲିଚୁ ବାଗାନ୍ ଅଞ୍ଚଳରେ ନିଜ ବାସଭବନରେ ସେ କ୍ୱାରେଣ୍ଟାଇନରେ ଥିଲେ । ଗତ ରବିବାର ସେ ନିଶ୍ୱାସ–ପ୍ରଶ୍ୱାସରେ ଗୁରୁତର କଷ୍ଟ ଅନୁଭବ କରିଥିଲେ । ସେରାମପୋରରେ ଥିବା ଶ୍ରମଜୀବୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସୋମବାର ତାଙ୍କର ମୃତ୍ୟୁ ହୋଇଛି । ହୁଗଲୀ ଜିଲ୍ଲାର ପ୍ରବାସୀଙ୍କୁ ଟ୍ରେନରେ ଆଣିବା ଦାୟିତ୍ୱରେ ଥିଲେ ସେ । ପ୍ରବାସୀମାନେ ବାହାରୁ ଆସି ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରେ ରଖିବା ସହ ସେମାନଙ୍କ ଦାୟିତ୍ୱ ବୁଝୁଥିଲେ । 2010 ବ୍ୟାଚର ପଶ୍ଚିମବଙ୍ଗ ରାଜ୍ୟ ପ୍ରାଶାସନିକ ସେବା ଅଧିକାରୀ ଦେବଦତ୍ତା ରାୟଙ୍କୁ 38 ବର୍ଷ ହୋଇଥିଲା । ତାଙ୍କର ଗୋଟେ 4 ବର୍ଷର ପୁଅ ଅଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଛନ୍ତି । ଚନ୍ଦନ ନଗର ଡେପୁଟି ମାଜିଷ୍ଟ୍ରେଟ୍ ହେବା ପୂର୍ବରୁ ପୁରୁଲିଆରେ ବିଡିଓ ଥିଲେ ଦେବଦତ୍ତା ରାୟ ।