ଗଜପତି ADM କରୁଣାକର ରାଇକାଙ୍କ ମୃତ୍ୟୁ, କୋଭିଡ୍ ହସ୍ପିଟାଲ୍ ପରିଚାଳନା ଦାୟିତ୍ବରେ ଥିଲେ
ଗଜପତି, (ଓଡିଶା ଟାଇମ୍) : ଗଜପତି ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ବରେ ଥିଲେ କରୁଣାକର ରାଇକା । ସୂଚନା ଅନୁସାରେ ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ତାଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଛି । କରୋନା ଟେଷ୍ଟ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ତେବେ ତାଙ୍କ ମୃତ୍ୟୁକୁ ନେଇ ନାନାପ୍ରକାର କଳ୍ପନାଜଳ୍ପନା ଲାଗିରହିଛି । କରୋନା ଟେଷ୍ଟ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।