ଆଦିତ୍ୟଙ୍କ ସାଙ୍ଗ ବିଶ୍ୱମୋହନଙ୍କୁ ଜେରା କଲା ଜିଆର୍ପି
ଭୁବନେଶ୍ବର, (ଓଡିଶା ଟାଇମ୍) : ଏବେବି ରହସ୍ୟ ଘେରରେ ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ । ଏହି ଘଟଣାରେ ଜିଆର୍ପି ଜଣଙ୍କ ପରେ ଜଣଙ୍କୁ ଜେରା କରି ସାରିଥିବା ବେଳେ ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁଙ୍କୁ ଜିଆର୍ପି ଜେରା କରିଛି । ଆଦିତ୍ୟଙ୍କ ବନ୍ଧୁ ବିଶ୍ରଙ୍କୁ ପ୍ରାୟ ଦେଢ଼ଘଣ୍ଟା ଧରି ଜେରା କରାଯାଇଛି । ବଲାଙ୍ଗିରରୁ ଆସି ଜେରାର ସମୁଖୀନ ହୋଇଛନ୍ତି ବିଶ୍ୱ । ତେବେ ପୋଲିସକୁ ଏଯାଏ କୌଣସି ତଥ୍ୟ ମିଳିପାରିନାହିଁ । ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ୧୯ ଦିନ ବିତିଥିଲେ ବି ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ୍ ।
ତଦନ୍ତକାରୀ ଅଧିକାରୀ ଥାନାରେ ବିଶ୍ୱଙ୍କୁ ନାନା ପ୍ରଶ୍ନ ପଚାରିଥିଲେ । ଆଦିତ୍ୟଙ୍କ ଡେଥ୍ ସହ କିଛି ଲିଙ୍କ ଅଛି କି ନାହିଁ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଝଗଡାର କାରଣ କ’ଣ ? ଆଦିତ୍ୟ ମୃତ୍ୟୁ ପୂର୍ବରୁ ଏ ବାବଦରେ ବିଶ୍ୱଙ୍କୁ କିଛି କହିଥିଲେ କି? ଜେରା ବେଳେ କିିଛି ସନ୍ତୋଷଜନକ ଉତ୍ତର ମିଳିନଥିବା ପୁଲିସ କହିଛି । ମୃତ୍ୟୁର ୬ ଦିନ ପୂର୍ବରୁ ଫୋନ୍ ଯୋଗେ ବିଶ୍ୱ-ଆଦିତ୍ୟ କଥା ହୋଇଥିଲେ । ସେତେବେଳେ ସବୁକିଛି ଠିକ୍ ଥିଲା ବୋଲି ବିଶ୍ୱ ପୁଲିସ ସାମ୍ନାରେ କହିଛନ୍ତି । ଏହାଛଡ଼ା ପାରିବାରିକ କଳହକୁ ନେଇ କିଛି ସୂଚନା ଦେଇଥିବା ସେ ପୁଲିସକୁ ଜଣାଇଛନ୍ତି । ସୂଚନା ଥାଉ କି, ବିଶ୍ୱ-ଆଦିତ୍ୟ କଲେଜ ବେଳର ସାଙ୍ଗ ଥିଲେ । ଉଭୟେ ବଲାଙ୍ଗିରର ରାଜେନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏକାଠି ପଢ଼ୁଥିଲେ । ଲକ୍ଡାଉନ୍ ଯୋଗୁ ବିଶ୍ୱ କିନ୍ତୁ ଆଦିତ୍ୟଙ୍କ ବାହାଘରକୁ ଆସିପାରି ନଥିଲେ ।
ସେପଟେ ସୁଇସାଇଡ୍ ନୋଟ ଆଦିତ୍ୟ ଲେଖିଥିବା ରିପୋର୍ଟ ଆସିଛି । ଏହାପରେ ପୁଲିସ ଆଦିତ୍ୟଙ୍କ ଡେଥ୍ ମିଷ୍ଟ୍ରିର ତଦନ୍ତରେ ପୂର୍ଣ୍ଣଛେଦ ପକାଇବା ପ୍ରକ୍ରିୟା ଆରମ୍ଭ କରିଛି । କେଉଁ କାରଣ ଯୋଗୁଁ ଆଦିତ୍ୟ ଡିପ୍ରେସନରେ ରହୁଥିଲେ, ତାହା ଜଣାପଡିବା ପରେ ପୁଲିସ ଘଟଣାର ତଦନ୍ତ ଶେଷ କରିବ ।