ହୋଟେଲ କୋଠରୀରୁ ମିଳିଲା ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ମୃତଦେହ
ଚେନ୍ନାଇ, (ଓଡିଶା ଟାଇମ୍) : ତାମିଲ ଟିଭି ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଏକ ହୋଟେଲ କୋଠରୀରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁ ଖବର ଶୁଣି ଦକ୍ଷିଣ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଭିଜେ ଚିତ୍ରାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା। ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଖବର ମୁତାବିକ୍ , ଚିତ୍ରା ପାଖାପାଖି ରାତି ୨.୩୦ରେ ସୁଟିଂ ସାରି ହୋଟେଲକୁ ଫେରିଥିଲେ । ହୋଟେଲରେ ସେ ତାଙ୍କର ମଙ୍ଗେତରଙ୍କ ସହିତ ରହୁଥିଲେ । ନିକଟରେ ସେ ଚେନ୍ନାଇର ଜଣେ ବିଜନେସମ୍ୟାନ୍ ହେମନ୍ତ ରବିଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଥିଲା । ଖବର ମୁତାବିକ୍ , ସେ ବହୁତ୍ ଡିପ୍ରେସନ୍ରେ ଥିଲେ । ଯାହା ଫଳରେ ସେ ଏପରି ପଦକ୍ଷେପ ନେଇଥାଇପାରନ୍ତି ।ତାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ ।
ପୋଲିସ ମୃତଦେହ ଜବଦ କରି ଘଟଣାର ଯାଞ୍ଚ କରୁଛନ୍ତି । ଚିତ୍ରାଙ୍କ ପ୍ରଶଂସଙ୍କ ମାନେ ଏହି ଖବର ଶୁଣିବା ପରେ ବିଶ୍ୱାସ ମଧ୍ୟ କରିପାରୁ ନାହାଁନ୍ତି ।