ଅଭିନେତ୍ରୀ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଗିରଫ, ଘରୁ ଜବତ ହୋଇଥିଲା ଗଞ୍ଜେଇ

ମୁମ୍ବାଇ, (ଓଡିଶା ଟାଇମ୍) :ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଗିରଫ ହେବା ପରେ ଏନସିବି ତାଙ୍କ ପତି ତଥା ଆଙ୍କର୍ ହର୍ଷ ଲିମ୍ବୋଚିଆଙ୍କୁ ଗିରଫ କରିଛି । ଘରୁ ୮୬.୫ ଗ୍ରାମର ଗଞ୍ଜେଇ ମିଳିବା ପରେ ହର୍ଷଙ୍କୁ ଗିରଫ କରାଯାଇଛି । ଉଭୟ ପତି ଓ ପତ୍ନୀ ଏନସିବି ଆଗରେ ନିଶାଦ୍ରବ୍ୟ ସେବନ କରୁଥିବା ସ୍ୱୀକାର କରିଥିଲେ ।

ସୂଚନା ଅନୁସାରେ, ଏନସିବି ହର୍ଷଙ୍କୁ ଗିରଫ କରିଛି । ଭାରତୀ ସିଂଙ୍କ ପତି ହର୍ଷଙ୍କୁ ଏନସିବି ୧୮ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା । ଏହାପୂର୍ବରୁ ଶନିବାର ଭାରତୀଙ୍କୁ ଗିରଫ କରାଯାଇଥିଲା । ରବିବାର ତାଙ୍କୁ ଏନଡିପିଏସ କୋର୍ଟରେ ହାଜର କରାଯିବ ।

ଶନିବାର ସକାଳୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଚଢ଼ାଉ କରିଥିଲା। ଏଜେନ୍ସି ଦ୍ବାରା ଅନ୍ଧେରୀ, ଲୋଖଣ୍ଡଓ୍ବାଲା ଏବଂ ଭର୍ସୋଭା ସହିତ ୩ଟି ଅଲଗା ଅଲଗା ସ୍ଥାନରେ ଚଢ଼ାଉ କରାଯାଇଥିବା ଯାଞ୍ଚ ଏଜେନ୍ସି ସୂଚନା ଦେଇଥିଲା । ତେବେ ଭାରତୀ ସିଂହଙ୍କ ଘରୁ ଗଞ୍ଜେଇ ଜବତ ହେବା ପରେ ଏନସିବି ତାଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *