ସବ୍ୟସାଚୀଙ୍କ ନିଆରା ପ୍ରୟାସ : ଲକ୍ଡାଉନ ପାଇଁ ରାସ୍ତାକଡରେ ପଡିରହିଥିବା ୩୦୦ ବସ୍ତା ମାନସିକ ନଡ଼ିଆ ମା’ ତାରିଣୀଙ୍କ ନିକଟକୁ ପଠାଇଲେ
ଭୁବନେଶ୍ବର, (ଓଡିଶା ଟାଇମ୍) : ପୁଣି ମହାନତା ଦେଖାଇଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । ଗଦା ହୋଇ ରହିଥିବା ମାନସିକ ନଡିଆକୁ ପଠାଇଲେ ମା’ ତାରିଣୀଙ୍କ ପାଖକୁ । ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅଟକି ଯାଇଥିବା ଭଳି ମନେ ହେଇଥିବା ବେଳେ ପୁଣି ତାକୁ ଉଦଜୀବିତ କରିଛନ୍ତି ଅଭିନେତା ସବ୍ୟସାଚୀ ।
କରୋନା ପାଇଁ ଲକ୍ ଡାଉନ୍ ଆରମ୍ଭରୁ ମାନସିକ ନଡ଼ିଆ ସବୁ ମା’ ତାରିଣୀଙ୍କ ପାଖରେ ପହଞ୍ଚି ନ ପାରିନାହିଁ । ଗଦା ହୋଇ ରହିଛି ରାସ୍ତାକଡରେ ଓ ବସ୍ ଷ୍ଟାଣ୍ଡରେ । କରୋନା ଯୋଗୁଁ କେହି ସେଥିରେ ହାତ ମାରିବାକୁ ଇଚ୍ଛା ପ୍ରକାଶ କରୁନଥିଲେ । ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଯେମିତି ଅଟକି ଯାଇଥିଲା ଭଳି ମନେ ହେଉଥିଲା ।
ତେବେ ସେହି ମାନସିକ ନଡିଆଗୁଡିକ ଭୁବନେଶ୍ବରର ବରମୁଣ୍ଡା, ଫାୟାର ଷ୍ଟେସନ ଛକ, ସିଆରପି ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼, କଟକର ଅନେକ ସ୍ଥାନ, ଚଣ୍ଡିଖୋଲ ସହ ପାଣିକୋଇଲିରୁ ଏହିଭଳି ପଡି ରହିଥିବା ପାଖାପାଖି ୩୫୦୦୦ ନଡିଆ (୩୦୦ ବସ୍ତା)କୁ ମଙ୍ଗଳବାର ଦିନ କିଛି ଟ୍ରକ୍ ମାଧ୍ୟମରେ ଘଟଗାଁ ପଠାଇଛନ୍ତି ଚର୍ଚ୍ଚିତ ଓଲିଉଡ୍ ଫେମ୍ ସବ୍ୟସାଚୀ ମିଶ୍ର । ଭକ୍ତଙ୍କ ଭରସାକୁ ମା’ଙ୍କ ପାଖକୁ ପହଞ୍ଚାଇ ପୁଣି ଏକ ମହାନ କାମ କରିଛନ୍ତି ଅଭିନେତା ସବ୍ୟସାଚୀ ।