ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ପରଲୋକ; ମୃତ୍ୟୁ ପୂର୍ବରୁ ଲେଖିଲେ- “କ୍ୟାନ୍ସର ମୋତେ ମାରିଦେବ”

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତ୍ରୀ ତଥା ମଡେଲ୍ ଦିବ୍ୟା ଚୌକସେ ଦୀର୍ଘଦିନରୁ କ୍ୟାନ୍ସରରେ ପିଡିତ ଥିବା ବେଳେ ରବିବାର ଦିନ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା।

‘ହେ ଅପନା ଦିଲ୍ ତୋ ଆୱାରା’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଦିବ୍ୟାଙ୍କ ଶେଷ ପୋଷ୍ଟ ଖୁବ୍ ଚର୍ଚ୍ଚାରେ ରହିଛି । ସେ ମଡଲିଂ କରିବା ସହ ଡ୍ୟାନ୍ସରେ ବି ରୁଚି ରଖୁଥିଲେ । ଏହାଛଡା ସେ କିଛି ବିଜ୍ଞାପନ ଓ ଟିଭି ସିରିୟଲରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ।
ଦିବ୍ୟା ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କିଛି ଷ୍ଟୋରୀ ଶେୟାର କରିଥିଲେ । ଯାହାକୁ ପଢିଲେ ଯେ କେହିବି ଭାବ ବିହ୍ୱଳ ହୋଇଯିବେ ।

ସେ ନିଜ ପୋଷ୍ଟରେ ଲେଖିଥିଲେ ଯେ “ଶବ୍ଦ ସେହିସବୁ ଜିନିଷ କହିପାରିବ ନାହିଁ, ମୁଁ ଯାହାଂ କହିବାକୁ ଚାହୁଁଛି । ମୋ ପାଖକୁ ଅନେକ ସହାନୁଭୂତିର ମେସେଜ ଆସୁଛି, ହେଲେ ମୁଁ ଆପଣଙ୍କୁ କହି ଦେଉଛି ଯେ ମୁଁ ଏବେ ମୃତ୍ୟୁ ଶଯ୍ୟାରେ । ଏଇଟା ହେବାର ଥିଲା, କାସ୍ ବିନା କଷ୍ଟରେ ଆଉ ଗୋଟିଏ ଜୀବନ ସମ୍ଭବ ହୋଇଥାଆନ୍ତା” ।

ସେହିପରି ସେ ଆଉ ଗୋଟିଏ ପୋଷ୍ଟରେ ଉଲ୍ଲେଖ କରିଥିଲେ ଯେ “ମୁଁ ଏବେ ହସ୍ପିଟାଲରେ ଅଛି, କଥା କହିବାର ଅବସ୍ଥାରେ ବି ନାହିଁ । କ୍ୟାନ୍ସର ମୋ ଜୀବନ ନେଇଯିବ । ମା’ଙ୍କୁ ଡାକୁଛି ମୃତ୍ୟୁ ବେଳେ ମୋତେ କମ୍ କଷ୍ଟ ହେଉ” ।

ସେହିପରି ସେ ଟ୍ୱିଟରେ ଶେଷଥର ପାଇଁ ଟ୍ୱିଟ୍ କରି ଲେଖିଥିଲେ ଯେ କ’ଣ କେହି ଥେରାପି ସମ୍ପର୍କରେ ଜାଣିଛନ୍ତି । ମୋତେ ସାହାଯ୍ୟ ଦରକାର ଅଛି ।
ଗତ କିଛି ଦିନ ହେବ ବଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ କଳାକାରଙ୍କର ଦେହାନ୍ତ ହୋଇଛି । ସେମାନଙ୍କ ମଧ୍ୟରେ ସୁଶାନ୍ତ ସିଂହ ରାଜପୁତ, ୱାଜିଦ ଖାନ, ଋଷି କପୁର, ସରୋଜ ଖାନ୍‌, ଇରଫାନ୍ ଖାନ୍ ଓ ଯୋଗେଶ ସାମିଲ ରହିଛନ୍ତି ।

Leave a Reply

Your email address will not be published.