ଅମିତାଭ ବଚ୍ଚନଙ୍କୁ କରୋନା, ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲକୁ କରାଗଲା ସ୍ଥାନାନ୍ତର

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାବ ନମୁନା ପରୀକ୍ଷାରେ କୋଭିଡ୍ ପଜିଟିଭ ବାହାରିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମିତାଭ ନିଜେ ଟୁଇଟ୍ କରି ଏହି ଖବର ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, “ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି.. ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛି … ଡାକ୍ତରଖାନା ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଉଛି …ମୋ ପରିବାରବର୍ଗ ଏବଂ କର୍ମଚାରୀମାନେ ପରୀକ୍ଷା ଲାଗି ନମୁନା ଦେଇଛନ୍ତି, ଫଳାଫଳକୁ ଅପେକ୍ଷା କରାଯାଇଛି .. ଗତ ୧୦ ଦିନ ମଧ୍ୟରେ ମୋ ନିକଟତର ଥିବା ସମସ୍ତଙ୍କୁ ଅନୁରୋଧ କରାଯାଉଛି ଦୟାକରି ସେମାନେ ନିଜେ ପରୀକ୍ଷା କରାଇ ନିଅନ୍ତୁ।

୭୭ ବର୍ଷୀୟ ଏହି ବରିଷ୍ଠ କଳାକାରଙ୍କ ଆଗାମୀ ଫିଲ୍ମ ବ୍ରହ୍ମସ୍ତ୍ର ଫିଲ୍ମ ରହିଛି। ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ରହିଛନ୍ତି। କରୋନା ପାଇଁ ଦେଶରେ ଲକଡାଉନ୍ ରହିଥିଲା ତେଣୁ ଏହି ଫିଲ୍ମ ସୁଟିଂ ଏବେ ସ୍ଥଗିତ ରହିଥିବା ସୂଚନା ରହିଛି।

Leave a Reply

Your email address will not be published.