ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣାରେ କାର୍ଯ୍ୟାନୁଷ୍ଠାନ : ୩ ବିଜେପି ବିଧାୟକ ସସ୍‌ପେଣ୍ଡ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ବିଜେପିର ୩ ଜଣ ବିଧାୟକଙ୍କୁ ବାଚସ୍ପତି ସସ୍‌ପେଣ୍ଡ କରିଥିବା ସୂଚନା ମିଳିଛି । ୩ ବିଜେପି ସଦସ୍ୟ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ଅଧିବେଶନ ପାଇଁ ବିଧାନସଭାରୁ ୩ ବିଜେପି ବିଧାୟକଙ୍କୁ ସସ୍‌ପେଣ୍ଡ କରାଯାଇଛି ।

ସେପଟେ ୩ ବିଧାୟକଙ୍କୁ ବାଚସ୍ପତି ସସ୍‌ପେଣ୍ଡ କରିବା ପ୍ରତିବାଦରେ ଗୃହରେ କକ୍ଷ ତ୍ୟାଗ କରିଛନ୍ତି ବିଜେପି ସଦସ୍ୟ । ଏହା ସହିତ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ବିଧାୟକ ।

ଉଲ୍ଲେଖଯୋଗ୍ୟ ଯେ, ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିଲେ ବିଜେପି ସଦସ୍ୟ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଥିଲା । କେବଳ ସେତିକି ନୁହେଁ ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ବାଚସ୍ପତିଙ୍କୁ ଲକ୍ଷ୍ୟ କରି ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *