ସନ୍ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟଣା, ମେଡିକାଲକୁ ସାମୟିକ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

କଟକ, (ଓଡିଶା ଟାଇମ୍) : କଟକ ଜିଲା ତୁଳସୀପୁରରେ ସ୍ଥିତ ସନ୍ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ହସ୍ପିଟାଲକୁ ବନ୍ଦ କରାଯାଇଥିବା ସୂଚନା। ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋ କଜ୍ ନୋଟିସ୍ ହୋଇଥିଲା। ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସାମୟିକ ଭାବେ ସନ୍ ହସ୍ପିଟାଲକୁ ପ୍ରଶାସନ ବନ୍ଦ କରିଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସନ୍‍ ହସ୍ପିଟାଲରେ ଫେବୃଆରୀ ୧ ତାରିଖରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ହସ୍ପିଟାଲର ୪ର୍ଥ ମହଲାରେ ଥିବା ନୂତନ କ୍ୟାଣ୍ଟିନରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

 

Leave a Reply

Your email address will not be published.