ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ଗଜପତି, (ଓଡିଶା ଟାଇମ୍): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଡିଏସ୍‌ପିଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଗଠନ କରାଯାଇ ମାମଲାର ତଦନ୍ତ କରାଯିବ ।

ସୂଚନାଯୋଗ୍ୟ ଯେ, ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ମାସେ ବିତିଗଲାଣି । କିନ୍ତୁ ଏଯାଏଁ ମାମଲାର କୌଣସି ଖିଅ ପାଇପାରିନାହିଁ ପୋଲିସ । ସେପଟେ ନ୍ୟାୟ ଅପେକ୍ଷାରେ ବସିଛନ୍ତି ସୌମ୍ୟଙ୍କ ପରିବାର । ଜୁଲାଇ ୧୨ ତାରିଖରେ ସରକାରୀ କ୍ବାର୍ଟରରେ ନିଆଁରେ ପୋଡି ହୋଇଯାଇଥିଲେ ACF ସୌମ୍ୟରଞ୍ଜନ । ୯୫ ପ୍ରତିଶତ ପୋଡି ଯାଇଥିବା ଏସିଏଫଙ୍କର ତା ପରଦିନ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ହତ୍ୟା ଅଭିଯୋଗ ଆଣି ପରିବାର ଲୋକେ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟାଙ୍କ ବିରୋଧରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ । ଘଟଣାରେ ଗୁରାଣ୍ଡି ଥାନା ଓଆଇସିଙ୍କ ଭୂମିକା ମଧ୍ୟ ଥିଲା ସନ୍ଦେହଜନକ । ସୌମ୍ୟଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଓଆଇସି ମମତା କାହିଁକି ବାଟରେ ଅଟକାଇଥିଲେ ତାହା ଏବେବି ଅସ୍ପଷ୍ଟ । ତଦନ୍ତ ବେଳେ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ଏକାଧିକ ଚିଠି ସାମ୍ନାକୁ ଆସିଥିଲା । ଅନେକ ବ୍ୟକ୍ତିବିଶେଷଙ୍କ ନାଁ ମଧ୍ୟ ଯୋଡି ହୋଇଥିଲା । ବିଭିନ୍ନ ଜିଲ୍ଲାକୁ ଯାଇ ତଦନ୍ତ କରିଥିଲା ପୋଲିସ । ଏହି ମାମଲାର ତଦନ୍ତରେ ପୋଲିସକୁ ସହଯୋଗ କରୁଥିବା କ୍ରାଇମବ୍ରାଞ୍ଚ ।  ଡିଏଫଓ, ଓଆଇସି, ରୋଷେୟାଙ୍କୁ ଜେରା ପରେ କ୍ଲିନ୍ ଚିଟ୍ ଅଭିଯୋଗ ଚର୍ଚ୍ଚା ହୋଇଥିଲା ।

Leave a Reply

Your email address will not be published. Required fields are marked *