ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ୱେବସାଇଟ୍ ଆକାଉଣ୍ଟ ହ୍ୟାକ୍‌, ସ୍ପଷ୍ଟ କଲା ଟ୍ୱିଟର

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ଗୁରୁବାର ଦିନ ସ୍ପଷ୍ଟ କରିଛି ଟ୍ୱିଟର ।

ଏପରିକି କୋଭିଡ-୧୯ ଲାଗି ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ କ୍ରିପ୍ଟୋକରେନ୍ସି ଜରିଆରେ ଦାନ କରିବା ପାଇଁ ହ୍ୟାକର ମାନେ ଏକ ପୋଷ୍ଟ କରି ଅପିଲ୍ କରିଥିଲେ । ହେଲେ ଏହାର କିଛି ସମୟ ପରେ ଉକ୍ତ ପୋଷ୍ଟକୁ ଡିଲିଟ୍ ମଧ୍ୟ କରା ଯାଇଥିଲା ।

ଏନେଇ ଟ୍ୱିଟର ମୁଖପାତ୍ର ଏକ ବୟାନ ଜାରି କରି କହିଛନ୍ତି, “ଆମେ ଘଟଣା ସମ୍ପର୍କରେ ନଜର ରଖିଛୁ ଏବଂ ଆକାଉଣ୍ଟର ସୁରକ୍ଷା ପାଇଁ ଆମେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛୁ । ଆମେ ଏହି ସମ୍ପୂର୍ଣ୍ଣ ମାମଲାର ଯାଞ୍ଚ କରୁଛୁ ଏବଂ ଏଯାବତ୍ ଆଉ କୌଣସି ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ କିଛି ସୂଚନା ମିଳିନାହିଁ” ।

ସେହିପରି ଗତ ଜୁଲାଇ ମାସରେ ଅନେକ ନାମୀଦାମୀ ବ୍ୟକ୍ତିଙ୍କର ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିଲା । ଏହାଛଡା ହ୍ୟାକରସ୍ ମାନେ ଗତ ଜୁଲାଇରେ ଟ୍ୱିଟରର ଆଭ୍ୟନ୍ତରିଣ ପ୍ରଣାଳୀ ଯାଏର୍ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ଯାହାଦ୍ୱାରା ବିଶ୍ୱର ପ୍ରମୁଖ ବ୍ୟକ୍ତିଙ୍କର ପ୍ଲାଟଫର୍ମକୁ ହାଇଜାକ୍ କରିହେବ ଏବଂ ଯାହାକୁ ଡିଜିଟାଲ୍ ମୁଦ୍ରାର ଉପଯୋଗ କରିବାରେ ବ୍ୟବହାର କରାଯାଇ ପାରିବ ।

ଏଭଳି କିଛି ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଏବଂ ବିଲେନିୟର୍ ଇଲନ୍ ମୋସ୍କ ଆଦି ରହିଥିଲେ ।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକରର୍ସ ମାନେ ହ୍ୟାକ୍ କରିଛନ୍ତି । ମୋଦିଙ୍କ  narendramodi_in.  ଏହି ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରେ ୨୫ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି ।

Leave a Reply

Your email address will not be published.