ମର୍ମନ୍ତୁଦ ସଡକ ଦୁର୍ଘଟଣା; ବସ- ଟିପ୍ପର ମୁହାଁମୁହିଁ ଧକ୍କା , ୧୩ ଯାତ୍ରୀ ମୃତ
ବେଙ୍ଗାଲୁରୁ, (ଓଡିଶା ଟାଇମ୍) :ବେଙ୍ଗାଲୁରୁର ଧରୱାଡି ଜିଲ୍ଲା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୧ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇଜଣ ଡାକ୍ତର ଅଛନ୍ତି । ଏଥିରେ ସମୁଦାୟ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୯ ଜଣ ଆହାତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ହୁବାଳିରେ ଥିବା କର୍ଣ୍ଣାଟକ ଇନଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇ ଚିକିତ୍ସା
କରାଯାଉଛିଦୁର୍ଘଟଣାର ସମସ୍ତ ବ୍ୟକ୍ତି ଦେବନାଗରେ ଜାଲ୍ଲାର ଏକ ୱେମେନ୍ସ କ୍ଲବର ସଦସ୍ୟ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସମସ୍ତେ ପାର୍ଟି କରିବା ପାଇଁ ଗୋଆ ଯାଉଥିଲେ। ଏହି ସମୟରେ ସେମାନଙ୍କ ଟ୍ରାଭେଲର ବିପରୀତ ପଟୁ ଆସୁଥିବା ଏକ ଟିପ୍ପର ବା ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।ଗୋଆକୁ ସଂଯୋଗ କରୁଥିବା ଇଟ୍ଟିଗାଟ୍ଟି ଗାଁର ବାଇପାସ୍ ରାସ୍ତା ନିକଟରେ ଏହି ଗୁରୁତର ଦୁର୍ଘଟଣା ଘଟିଥିଲା ।
ତେବେ ମୃତକମାନେ ଦେବନଗରରୀର ଏମ୍ସିସି ଏ ଏବଂ ଏମ୍ସିସି ବି ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ସେମାନେ ସମସ୍ତେ ଗୋଟିଏ ଶ୍ରେଣୀରେ ପଢ଼ୁଥିଲେ। ଗତକାଲି ରାତିରେ ଗୋଆରେ ଏକ ଛୋଟ ପାର୍ଟି କରିବା ପାଇଁ ସେମାନେ ସମସ୍ତେ ଘରୁ ବାହାରି ଥିଲେ। କିନ୍ତୁ ରାସ୍ତାରେ ଦୁର୍ଘଟଣାର ଶୀକାର ହୋଇଥିଲେ।