ଘାଟିରୁ ୭୦ ଫୁଟ ତଳକୁ ଖସିପଡ଼ିଲା ଟ୍ରକ୍

ବାରିପଦା, (ଓଡିଶା ଟାଇମ ) : ଘାଟିରୁ ୭୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍ । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ସ୍ଥିତ ଦୁଆରଶୁଣୀ ଘାଟିରୁ ପ୍ରାୟ ୭୦ ଫୁଟ୍‌ ତଳକୁ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ହେଲ୍‌ପର୍‌ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବାରିପଦା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପିଆଜ ବୋଝେଇ ଟ୍ରକ ଟି ନାସିକ ରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡିଛି । ଟ୍ରକଟି ୮୦ ଫୁଟ ତଳକୁ ଖସିପଡିଥିବାବେଳେ ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟ ହୋଇଛି । ହେଲପର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ହେଲପରଙ୍କୁ ଚିକିତ୍ସା ପାଇଁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ବାଙ୍ଗରିପୋଷି ପୋଲିସ ଏବଂ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଥିବା ବେଳେ ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ସୂଚନା ଥାଉ କି ୮ ମାସ ତଳେ ମଧ୍ୟ ମୁମ୍ବାଇରୁ କୋଲ୍‌କାତା ଅଭିମୁଖେ ଯାଉଥିବା ଟ୍ରେଲର୍ ଘାଟି ତଳକୁ ଖସିପଡିଥିଲା । ଏଥିରେ ମଧ୍ୟ ଡ୍ରାଇଭର ଓ ହେଲ୍ପରଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published.