ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ୪୫ ବର୍ଷର ଲୋକଙ୍କୁ ବି ଦିଆଯିବ କରୋନା ଟିକା। ଟିକାକରଣ ନିୟମରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର। ଏଣିକି ୪୫ ବର୍ଷ ହେଲେ ମିଳିପାରିବ କରୋନା ଟିକା। ଏପ୍ରିଲ ପହିଲାରୁ ୪୫ ବର୍ଷିୟ ଲୋକଙ୍କୁ ବି କରୋନା ଟିକା ଦିଆଯିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏନେଇ ଆଜି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କରୋନା ବଢୁଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏହାସହ ଯେଉଁମାନଙ୍କ ବୟସ୍କ ୪୫ ବର୍ଷରୁ ଅଧିକ ସେମାନେ ନିଜର ନାମକୁ ପଞ୍ଜିକରଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର କହିଛି।