ଆରପାରିରେ ଲୋକପ୍ରିୟ ବଙ୍ଗାଳି ଅଭିନେତା ଅଭିଷେକ ଚାଟାର୍ଜୀ

କୋଲକାତା, (ଓଡିଶା ଟାଇମ୍): ବଙ୍ଗଳା ସିନେଜଗତର ଲୋକପ୍ରିୟ ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ ଘଟିଛି। ହୃଦଘାତ କାରଣରୁ ୫୮ ବର୍ଷୀୟ ଅଭିନେତା ବୁଧବାର ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଅଭିଷେକଙ୍କ ମୃତ୍ୟୁ ବଙ୍ଗଳା ସିନେଜଗତକୁ ଏକ ଶକ୍ତ ଧକ୍କା ଦେଇଛି। ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଅଭିନୟ କରିଥିଲେ।

ସୂଚନା ମୁତାବକ, ଗତକାଲି ଅଭିନେତା ଏକ ଶୋ’ର ଶୁଟିଂ କରୁଥିଲେ। ଏହି ସମୟରେ ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଡାକ୍ତରଖାନା ନେଉଥିଲେ, କିନ୍ତୁ ଅଭିଷେକ ହସ୍ପିଟାଲ ଯିବା ପରିବର୍ତ୍ତେ ଘରକୁ ପଳାଇଥିଲେ। ଏହାପରେ ଅଭିନେତାଙ୍କ ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ ଓ ତାଙ୍କ ଚିକିତ୍ସା କରାଯାଇଥିଲା। ମାତ୍ର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

Leave a Reply

Your email address will not be published.