ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ଦେଲେ ଏ.ଆର ରେହମାନ

ମୁମ୍ବାଇ, (ଓଡ଼ିଶା ଟାଇମ୍): ଓସ୍କାର ବିଜେତା ତଥା ମ୍ୟୁଜିକ କମ୍ପୋଜର ଏଆର ରେହମାନଙ୍କ ସହ ବହୁ କଳାକାର ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଆଜି ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ଦେଇଛନ୍ତି ।

ଏନେଇ ଡିଜନୀ-ହଟଷ୍ଟାର ପକ୍ଷରୁ ଟ୍ୱିଟ୍ କରାଯାଇଛି ।  ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବିଚାରା’ରେ ମ୍ୟୁଜିକ ଡାଇରେକ୍ଟର ଥିବା ଏ.ଆର ରେହମାନ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବାକୁ ଯାଇ ଭର୍ଚୁଆଲ୍ ଅଡିଓ ରିଲିଜ କରିଛନ୍ତି । ଏଆର ରେହମାନଙ୍କ ସମେତ ଶ୍ରେୟା ଘୋଷାଲ୍‌, ଅରିଜିତ ସିଂହ, ମୋହିତ ଚୌହାନ, ସୁନିଧି ଚୌହାନ, ଶାଶା ତିରୁପତି, ହୃଦୟ ଗଟାନୀ ଓ ଜୋନିଟା ମଧ୍ୟ ରହିଛନ୍ତି ।

ଏଥିରେ ରେହମାନ୍ ଫିଲ୍ମ ‘ଦିଲ୍ ବିଚାରା’ର ଟାଇଟଲ୍ ଟ୍ରାକ୍ ଗାଇଥିବା ଦେଖିବାକୁ ମିଳୁଛି । ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ଦେବା ପାଇଁ ଡିଜନୀ+ହଟଷ୍ଟାର ଓ ସୋନୀ ମ୍ୟୁଜିକ ଇଣ୍ଡିଆ ମିଳିତ ଭାବେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବିଚାରା’ ଆଗାମୀ ଜୁଲାଇ ମାସ ୨୪ ତାରିଖରେ ଡିଜନୀ+ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏହି ମାମଲାରେ ପୋଲିସ ଏଯାଏଁ ବହୁ ଲୋକଙ୍କ ବୟାନ ରେକର୍ଡ କରାଯାଇଛି ।

ସୁଶାନ୍ତ କାଇ ପେ ଛେ, ସୁଦ୍ଧ ଦେଶୀ ରୋମାନ୍ସ, ଡିଟେକ୍ଟିଭ ବ୍ୟୋମକେଶ ବକ୍ସ, ଏମ.ଏସ.ଧୋନୀ, କେଦାରନାଥ ଓ ଛିଛୋରେ ଭଳି ଫିଲ୍ମରେ ଦର୍ଶକଙ୍କୁ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।

Leave a Reply

Your email address will not be published.