ମଣିଷ ଦେହରେ ଲାଗିଲା ଘୁଷୁରି କିଡନି

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଆମେରିକାରେ(AMERICA) ଏକ ବିରଳ ପ୍ରତିରୋପଣ ପରୀକ୍ଷା ସଫଳ ହୋଇଛି।ମଣିଷ ଦେହରେ ଘୁଷୁରି କିଡନି(PIG KIDNEY) ପ୍ରତିରୋପଣ(TRANSPLANT) କରାଯାଇଛି।ବୈଜ୍ଞାନିକମାନେ ଅସ୍ଥାୟୀ ଭାବେ ଘୁଷୁରି କିଡନି ଲଗାଇ ତାହା କାମ କରୁଛି କି ନାହିଁ ପରୀକ୍ଷା କରିଥିଲେ। ଆଉ ଏଥିରେ ଏବେ ସଫଳତା ମିଳିଛି । 

ତେବେ ଏହା ବହୁ ଦଶନ୍ଧି ଧରି ସମସ୍ତଙ୍କ ମନରେ ଏକ ଉତ୍ସାହ ଭାବେ ରହି ଆସିଛି କି ଜୀବଜନ୍ତୁଙ୍କ ଶରୀରର ଅଙ୍ଗ(ANIMAL BODY PART) ମଣିଷ ଦେହରେ କାମ କରିବକି ନାହିଁ । ଅନେକ ସମୟରେ ମଣିଷର ଜୀବନ ବଞ୍ଚାଇବା ପାଇଁ ଅଙ୍ଗପ୍ରତିରୋପଣର ଆବଶ୍ୟକତା ପଡ଼ିଥାଏ । ଏଥିପାଇଁ ମାନବର ଅଙ୍ଗ ଯଥେଷ୍ଟ ପରିମାଣରେ ଉପଲବ୍ଧ ହେଉନଥିବାରୁ ପ୍ରାଣୀ ଅଙ୍ଗକୁ ବିକଳ୍ପ ଭାବେ ବ୍ୟବହାର କରିବା ନେଇ ଅନେକ ବୈଜ୍ଞାନିକ ଆଗରୁ ମଧ୍ୟ ଅନେକ ପ୍ରୟାସ କରିଛନ୍ତି । ପୂର୍ବରୁ ଏହିପରି ଏକ ପରୀକ୍ଷଣ ଯାହା ଘୁଷୁରିର ଅଙ୍ଗକୁ ନେଇ କରାଯାଇଥିଲା ତାହା ବିଫଳ ହେବାର କାରଣଥିଲା ଏକ ସୁଗାର । ଯାହା ଘୁଷୁରି କୋଷରେ ସ୍ବତନ୍ତ୍ର ଭାବେ ରହିଥାଏ ।  ତେବେ ଏହି ସୁଗାର ମଣିଷ କୋଷରେ ନଥିବାରୁ ଏହା ଘୁଷୁରିର ଅଙ୍ଗକୁ ଗ୍ରହଣ କରିବାକୁ ପ୍ରତ୍ୟାକ୍ଷାନ କରିଦେଇଥାଏ । ତେବେ ଏଥର ପରୀକ୍ଷଣ ପାଇଁ ଯେଉଁ ଘୁଷୁରି କିଡନି ନିଆଯାଇଥିଲା ତାହାକୁ ଜିନ୍ ଏଡିଟେଡ୍ ବା ସେହି କୋଷିକାର ଜିନରେ ପରିବର୍ତ୍ତନ କରାଯାଇ ନିଆଯାଇଥିଲା । ଯେଉଁଥିପାଇଁ ଚଳିତ ପରୀକ୍ଷଣ ସଫଳ ହୋଇପାରିଛି । ମଣିଷ ଶରୀରରେ ଏହାକୁ ଲଗାଇବା ପୂର୍ବରୁ ବାହାରେ ମଧ୍ୟ ୨ ଦିନ ଧରି ଏହାକୁ ପରୀକ୍ଷଣ କରାଯାଇଛି । 

ବର୍ତ୍ତମାନ ମଣିଷ ଶରୀରରେ ଅସ୍ଥାୟୀ ଭାବେ ଲଗାଯାଇଥିବା ସେହି ଘୁଷୁରୀ କିଡନି ଛିକ୍ କାମ କରୁଛି ବୋଲି NYU ଲାଙ୍ଗୋର ହେଲଥର ଲର୍ଜିକାଲ ଟିମର ମୁଖ୍ୟ ଡ଼ ରବର୍ଟ ମଣ୍ଟଗୋମେରୀ କହିଛନ୍ତି । ଏହା ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ବୋଲି ୟୁନିଭରସିଟି ଅଫ ମିନେସୋଟା ମେଡିକାଲ ସ୍କୁଲର ଡା. ଆଣ୍ଡ୍ରୁ ଆଦାମ୍ସ  କହିଛନ୍ତି । ଆଗକୁ ମାଙ୍କଡ଼,ବଣମଣିଷ ପ୍ରଭୃତି ଅନ୍ୟ ପ୍ରାଣୀ ମାନଙ୍କ ଜିନ୍ ପରିବର୍ତ୍ତନ କରି ସେମାନଙ୍କ ଅଙ୍ଗ ମଧ୍ୟ ମଣିଷକୁ ବଞ୍ଚାଇବା ପାଇଁ ବ୍ୟବହାର କରାଯାଇ ପାରିବ । 

Leave a Reply

Your email address will not be published.