କନ୍ଧମାଳ-ବାଲିଗୁଡା ଅଞ୍ଚଳରେ ମୃଦୁ ଭୂମିକମ୍ପ
କନ୍ଧମାଳ, (ଓଡିଶା ଟାଇମ୍) : କନ୍ଧମାଳ-ବାଲିଗୁଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ହୋଇଛି। ରାତି ୯ଟା୪୫ ମିନିଟରେ ଭୂମିକମ୍ପ ହେଇଥିବା ସୂଚନା ମିଳିଛି। ଜିଲ୍ଲାର ସାରଙ୍ଗ ତ, ବାଲିଗୁଡ଼ା, ବୁଡ଼ା ଗୁଡ଼ା,ପକାରୀ ଆବି ଅଞ୍ଚଳରେ ୩ ରୁ ୪ ସେକେଣ୍ଡ ଭୂମିକମ୍ପ ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ପଦାକୁ ବାହାରି ଆସି ଥିଲେ। ଏ ଯାଏ କୌଣସି କ୍ଷୟକ୍ଷତିର ସୂଚନା ମିଳିନି।