ଇଦ୍‌ ପୂର୍ବରୁ ଇରାକ୍ ବଜାରରେ ISISର ଆତ୍ମଘାତୀ ବିସ୍ଫୋରଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଇଦ୍‌ ପୂର୍ବରୁ ଇରାକ୍ ରାଜଧାନୀର ଏକ ବଜାରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଫଳରେ ୩୦ ସାଧାରଣ ଜନତାଙ୍କର ଜୀବନ ଯାଇଛି । ଏହି ଆତ୍ମଘାତୀ ବିସ୍ଫୋରଣ ଇସ୍‌ଲାମିକ୍‌ ଷ୍ଟେଟ୍‌ ସମୂହ ବା ISIS ନିଜେ ଘଟାଇଥିବା ପ୍ରକାଶ କରିଛି । ଏକ ଟେଲିଗ୍ରାମ ଗ୍ରୁପ୍‌ରେ ବାର୍ତ୍ତା ଦେଇ କହିଛି ଯେ, ଅବୁ ହଜ୍‌ମା ଅଲ୍‌ ନାମକ ISIS ଆତଙ୍କବାଦୀ ସୋମବାର ରାତିରେ ବାଗଦାଦ୍‌ର ସହର ଭିତରେ ପ୍ରବେଶ କରି ଭିଡ଼ ଥିବା ବେଳେ ଏକ ବମ୍‌ ବ୍ଲାଷ୍ଟ କରିଛି । ଯେଉଁଥିରେ ୩୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଲୋକ ଏଥିରେ ଗୁରୁତର ହୋଇଛନ୍ତି ।

ସ୍ଥାନୀୟ ଏକ ଗଣମାଧ୍ୟମର ଫଟୋଗ୍ରାଫରଙ୍କ ସୂଚନା ମୁତାବିକ, ଏହି ବିସ୍ଫୋରଣ ବାଗ୍‌ଦାଦ୍‌ରେ ବର୍ଷ ଧରି ହୋଉଥିବା ଭୀଷଣ ଆତ୍ମଘାତୀରୁ ଗୋଟିଏ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମୃତ ବ୍ୟକ୍ତିଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଚାରିଆଡ଼େ ପଡ଼ିଥିଲା । ଇଦ୍‌ କାରଣରୁ ବଜାରରେ ପ୍ରବଳ ଭିଡ଼ ଥିଲା ।

ଇରାକ୍‌ ରାଷ୍ଟ୍ରପତି ବରହମ ସାଲିହ ସଦର ସହରରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହିତ ଏହା ଏକ ଜଘନ୍ୟ ଅପରାଧ ବୋଲି କହିଛନ୍ତି । ମୃତ ବ୍ୟକ୍ତିଙ୍କୁ ଲାଗି ଶୋକ ବ୍ୟକ୍ତ କରିଛନ୍ତି । ମୃତକଙ୍କ ମଧ୍ୟରେ ୮ ଜଣ ମହିଳା ଏବଂ ୭ ଜଣ ପିଲା ଥିବା ବେଳେ ୨୮ରୁ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ବିସ୍ଫୋରଣ ପରେ ଏହାର ସିସିଟିଭି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଯେଉଁଥିରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଲୋକେ ଦୌଡ଼ୁଥିବା ଦେଖାଯାଉଛି । ଏହା ଏତେ ଜୋର୍‌ରେ ଶବ୍ଦ କରିଥିଲା ଯେ, ବଜାରର କିଛି ଦୋକାନ ଛାତ ମଧ୍ୟ ଉଡ଼ିଯାଇଥିଲା ।

Leave a Reply

Your email address will not be published. Required fields are marked *