ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ୯୯ କୋରୋନା ଆକ୍ରାନ୍ତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୯୯ କୋରୋନା ଆକ୍ରାନ୍ତ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬୪୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୁସ୍ଥ ହୋଇଥିବା ୯୯ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରର ସର୍ବାଧିକ ୩୪ଜଣ, ଗଞ୍ଜାମର ୧୫, ଯାଜପୁର ଓ କେନ୍ଦ୍ରାପଡ଼ାର ୧୩, ପୁରୀର ୧୦, ଭଦ୍ରକର ୯, ନୟାଗଡ଼ର ୩ଜଣ, ସୁନ୍ଦରଗଡ଼ ଓ ଦେବଗଡ଼ର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ସୂଚନାମୁତାବକ, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧୪୩୮ ରହିଛି । ସେମାନଙ୍କ ମଧ୍ୟରୁ ୬୪୯ ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ୭୮୨ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୂ ସୂଚନା ମିଳିଛି ।