ଖୁସି ଖବର : ସୁସ୍ଥ ହେଲେ ଆଉ ୯୯ କରୋନା ସଂକ୍ରମିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆଜି ୯୯ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୧୯୯୩ରେ ପହଁଚିଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଯାଜପୁରର ୧୬ ଜଣ ରହିଥିବା ବେଳେ ଖୋର୍ଧାରୁ ୧୩, କେନ୍ଦ୍ରାପଡାରୁ ୧୧ଜଣ ରହିଛନ୍ତି । ସେହିପରି ଗଞ୍ଜାମରୁ ୯, ଦେବଗଡରୁ ୮, କଟକରୁ ୭, ଜଗତସିଂହପୁରରୁ ୭, ବାଲେଶ୍ୱର, ବରଗଡ ଓ ବଲାଙ୍ଗୀରରୁ ୬ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏତତ୍ ବ୍ୟତୀତ କେଉଁଝରରୁ ୪ ଓ ନୟାଗଡରୁ ୩ଜଣ ସୁସ୍ଥ ହୋଇଛନ୍ତି । କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡରୁ ମଧ୍ୟ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ, ଆଜି ରାଜ୍ୟରେ ଆଉ ୧୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।