ରାଜ୍ୟକୁ ଆସିଲା ୯ ଲକ୍ଷ ୪୩ ହଜାର କୋଭିସିଲ୍ଡ ଟିକା
ଭୁବନେଶ୍ବର, (ଓଡିଶା ଟାଇମ୍): ଦେଶର ବିଭିନ୍ନ ରାଜ୍ୟରେ ଟିକାକରଣ ଜାରି ରହିଛି । କିନ୍ତୁ ଟିକା ଅଭାବରୁ କିଛି ରାଜ୍ୟରେ ଟିକାକରଣ ବନ୍ଦ ରହିଥିବା ଜଣାପଡ଼ିଛି । ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି କିଛି ଜିଲ୍ଲାରେ ଦେଖିବାକୁ ମିଳିଥିଲା ।
ଏହି ସମସ୍ୟା ଦୂର କରୁବା ପାଇଁ ରାଜ୍ୟରେ ୯ ଲକ୍ଷ ୪୩ ହଜାଚର କୋଭିସିଲ୍ଡ ଟିକା ଆଜି ଆସି ପହଞ୍ଚିଛି । ଗତକାଲି ୧ ଲକ୍ଷ କୋଭିସିଲ୍ଡ ଟିକା ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲା ।