ଭୀମସାରରେ ୯ ଡାକ୍ତରଙ୍କ କୋଭିଡ୍ ପଜିଟିଭ୍
ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ଯୋଦ୍ଧାଙ୍କୁ କରୋ କରୋନା ପଜିଟିଭ୍ ଚିହ୍ନଟ ହେଲେ ୯ ଜଣ କରୋନା ଯୋଦ୍ଧା । ମେଡିସିନ ବିଭାଗରେ ୯ ଜଣ ଡାକ୍ତର କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଯାହା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି ।
ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଭୀମସାର କର୍ତ୍ତୃପକ୍ଷ ମେଡିସିନ ବିଭାଗ ଓପିଡିକୁ ବନ୍ଦ କରିଛନ୍ତି । ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ ମେହେର ଏହି ସୂଚନା ଦେଇଛନ୍ତି । ତେବେ ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।