ରାଜ୍ୟ ପାଇଁ ଭଲ ଖବର, ଆଉ ୮୭୮ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୮୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୮,୯୩୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସମସ୍ତ ଆରୋଗ୍ୟଙ୍କ ମଧ୍ୟରୁ ଗଞ୍ଜାମରୁ ୩୯୬, ୧୧୪ ଜଣ ଖୋର୍ଦ୍ଧା, ୪୯ ଜଣ ଗଜପତି, ୩୫ ଜଣ କୋରାପୁଟ, ୩୩ ଜଣ ବାଲେଶ୍ୱର, ୨୯ ଜଣ କନ୍ଧମାଳ, ୨୬ ଜଣ ଅନୁଗୁଳ, ୨୩ ଜଣ କେନ୍ଦୁଝର, ୧୬ ଜଣ ନୟାଗଡ, ୧୪ ଜଣ କଟକ, ୧୪ ଜଣ ସୁନ୍ଦରଗଡ, ୧୩ ଜଣ ଭଦ୍ରକ, ୧୧ ଜଣ ମାଲକାନଗିରି, ୧୦ ଜଣ ଯାଜପୁର, ୮ ଜଣ କେନ୍ଦ୍ରାପଡା, ୭ ଜଣ ଲେଖାଏଁ ବରଗଡ, ବୌଦ୍ଧ, ଢେଙ୍କାନାଳ ଏବଂ ୫ ଜଣ ଝାରସୁଗୁଡା, ୪ ଜଣ ଲେଖାଏଁ ବଲାଙ୍ଗିର ଓ ପୁରୀ, ୪୪ ଜଣ ଜଗତସିଂହପୁର କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଅନ୍ୟପଟେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୧୭୫ ରେ ପହଞ୍ଚିଛି ।
ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୦୬ ଟି ଲୋକାଲ୍ କେସ୍ ରହିଛି ।