କଟକ ସହରରୁ ଆଉ ୮୭ କରୋନା ପଜିଟିଭ୍ ଚିହ୍ନଟ

କଟକ, (ଓଡିଶା ଟାଇମ୍) : କଟକ ସହରରୁ ଆଜି ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୭୯ଟି କ୍ୱାରେଣ୍ଟାଇନ୍ କେସ୍ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସରକାରୀ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣେ ପେଡ୍ ଓ  ୭୬ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ।

ସ୍ଥାନୀୟ ସଂକ୍ରମିତମାନେ ହେଲେ କାଳୀ ଗଳିର ୭୨ ବର୍ଷର ବୃଦ୍ଧ, ନୟାସଡକର ୨୧ ବର୍ଷୀୟ ଯୁବତ, ଶାନ୍ତ ସାହିର ୩୫ ବର୍ଷୀୟ ଯୁବକ,ଚାଉଳିଆଗଞ୍ଚର ୩୫ ବର୍ଷୀୟା ଯୁବତୀ, ମହାନଦୀବିହାରର ୩୫ ବର୍ଷୀୟା ଯୁବତୀ, ତେଲେଙ୍ଗା ବଜାରର  ୫୩ ବର୍ଷୀୟା ମହିଳା ଦେଓ୍ୱାନ ବଜାରର ୨୦ ବର୍ଷୀୟା ଯୁବତୀ ଓ ବାଜାମବାଡିର ୫୬ ବର୍ଷୀୟା ମହିଳା ।

ତେବେ ବର୍ତ୍ତମାନ ସୁଦ୍ଧା କଟକ ସହରରେ ୧୦୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୫୮୦ଜଣ ସୁସ୍ଥ ହୋଇଛନ୍ତି ଓ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୫୦୧ଜଣ କରୋନା ଆକ୍ରାନ୍ତ ଚିକିତ୍ସା ହେଉଛନ୍ତି ।

Leave a Reply

Your email address will not be published. Required fields are marked *