ଭୁବନେଶ୍ୱରରେ ଥମୁନି କରୋନା: ଆଜି ପୁଣି ୮୭ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଲକଡାଉନର ପ୍ରଥମ ଦିନରେ ଭୁବନେଶ୍ୱରରୁ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ । ଚିହ୍ନଟ ୮୭ଜଣଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୧ଜଣ ଚିହ୍ନଟ ହୋଇଥିବା ବେଳେ ୪୬ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଆଜି ପ୍ରଥମ କରି ସଙ୍ଗରୋଧ କେନ୍ଦ୍ରଠାରୁ ସ୍ଥାନୀୟ ସଂକ୍ରମଣର ସଂଖ୍ୟା ଅଧିକ ରହିଛି ।
ନୂତନ ସଂକ୍ରମଣକୁ ମିଶାଇ ଏବେ ଭୁବନେଶ୍ୱର ମୋଟ ୧୧୩୦ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୪୯୪ଜଣ ସୁସ୍ଥ ହୋଇଛନ୍ତି । ଏହା ସହ ୬୨୪ଟି ସକ୍ରିୟ ମାମଲା ରହିଥିବା ବେଳେ କରୋନା ଆକ୍ରାନ୍ତ ହୋଇ ୧୧ଜଣଙ୍କର ମୃତ୍ୟୁ ଘଟିଛି ।
ଚିହ୍ନଟ ୪୧ଜଣକ ମଧ୍ୟରେ ୟୁନିଟ-୨ର ରାଜମହଲ ଛକରୁ ଜଣେ, ରସୁଲଗଡ଼ରୁ ଜଣେ, ଘରୋଇ ଡାକ୍ତରଖାନାର ଜଣେ କର୍ମଚାରୀ, ନୟାପଲ୍ଲୀର ବେହେରା ସାହିରୁ ଜଣେ, ଆଚାର୍ଯ୍ୟ ବିହାରରେ ଥିବା ସାଇନ୍ସ ପାର୍କ ବସ୍ତିରୁ ଜଣେ, ଲକ୍ଷ୍ମୀସାଗରର ଓସ୍କାର ସିଟି ନିକଟରୁ ଜଣେ, ବମିଖାଲର ଜୟଦୁର୍ଗା ନଗରରୁ ଜଣେ, ଓଲଡ ଟାଉନର ପୁନାମା ଗେଟରୁ ଜଣେ, ଶ୍ରୀରାମ ନଗରରୁ ଜଣେମୈତ୍ରୀ ବିହାରର ଏଲଆଇସି କଲୋନୀରୁ ୨ଜଣ, ଆଇଆରସି ଭିଲେଜ ଏନ-୩ରୁ ଜଣେ, ଗଙ୍ଗନଗରର ଏସବିଆଇ ଏନଆରଆଇ ଶାଖା ନିକଟରୁ ଜଣେ, ବିଜେବି ନଗରରୁ ଜଣେ, ଡମଣାରୁ ୩ଜଣ, ଶାସ୍ତ୍ରୀ ନଗରରୁ ଜଣେ, ପୋଖରୀପୁଟର ଅନନ୍ତ ବିହାରରୁ ଜଣେ, ଲକ୍ଷ୍ମୀସାଗରର ସନ୍ତୋଷ ବିହାରରୁ ୨ଜଣ, ନୟାପଲ୍ଲୀର ମହିମା ଢ଼ାବା ନିକଟରୁ ଜଣେ, ୟୁନିଟ-୯ର ରୋଡ଼-୨ରୁ ଜଣେ, ଲୁଇସ ରୋଡ଼ରୁ ଜଣେ, ବିଜେବି ନଗରର ବିଜୟ ଲକ୍ଷ୍ମୀ କଲୋନୀରେ ରହୁଥିବା ଗୋଟେ ପରିବାରର ୩ଜଣ,ନୂଆଗାଁର ଖରଡ଼ା ସାହିରୁ ଜଣେ, ନୟାପଲ୍ଲୀ ବ୍ରିଟ କଲୋନୀରୁ ୩ଜଣ, ବଡ଼ଗଡ଼ କେନାଲ ରୋଡ଼ରୁ ଜଣେ, ବରମୁଣ୍ଡାର ମହିମା ମିଶ୍ର ଲେନରୁ ଜଣେ, କାନନ ବିହାରର ଫେଜ-୧ରୁ ଗୋଟେ ପରିବାରର ୬ଜଣ, ପାତ୍ରପଡାରୁ ଜଣେ ଏବଂ ମହାରାଷ୍ଟ୍ରରୁ ଫେରି ସଙ୍ଗରୋଧରେ ଥିବା ଜଣେ ୮ବର୍ଷିୟ ଶିଶୁ ରହିଛି |