ରାଜ୍ୟରେ ୮୬ ନୂଆ କରୋନା ପଜିଟିଭ୍, ସମୁଦାୟ ସଂଖ୍ୟା ୧୧୮୯
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ ୮୬ ନୂଆ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୯ ହୋଇଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସେହିପରି ସମୁଦାୟ ପଜିଟିଭ୍ ଚିହ୍ନିତଙ୍କ ସଂଖ୍ୟା ୧୧୮୯ରେ ପହଞ୍ଚିଥିବା ବେଳେ ୩୯୩ଜଣ ବିଭିନ୍ନ ହସ୍ପିଟାଲ୍ରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି।
ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୫ହଜାର ୧୪ଟି ନମୁନା ପରୀକ୍ଷଣ କରାଯାଇଥିଲା। ସେଥିରୁ ୧୧ଟି ଜିଲ୍ଲାରେ ୮୬ ଜଣଙ୍କୁ ପଜିଟିଭ୍ ଚିହ୍ନଟ କରାଯାଇଛି। ଏହି ନୂଆକରି ଚିହ୍ନିତଙ୍କ ମଧ୍ୟରୁ ସର୍ବାଧିକ ଯାଜପୁର ଜିଲ୍ଲାରେ ୪୬ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ଏଠାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ ହୋଇଛି। ଏବେ ଏଠାରେ ସମୁଦାୟ ପଜିଟିଭ୍ ସଂଖ୍ୟା ୨୨୫ ରହିଛି।
ଠିକ୍ ସେହିପରି କଟକରେ ୧୧ଜଣ ନୂଆ ରୋଗୀ ଚିହ୍ନିତ ହୋଇଥିବା ବେଳେ ନୟାଗଡ଼ରେ୬, ଗଞ୍ଜାମରେ ୫ ଏବଂ ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ପୁରୀ ଓ ଖୋର୍ଦ୍ଧାରେ ୩ଜଣ ଲେଖାଏଁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସୁନ୍ଦରଗଡ଼ରେ ଗତ ୨୪ ଘଣ୍ଟାରେ ଜଣେ ନୂଆ ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ବଲାଙ୍ଗୀରରେ ୨ଜଣ ନୂୖା କରୋନା ପଜିଟିଭ୍ ଚିହ୍ନିତ ହୋଇଛନ୍ତି।
ଏ ଭିତରେ ରାଜ୍ୟରେ ସମୁଦାୟ ୧,୧୩ହଜାର ୪୪୬ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ କରାଯାଇଛି। ସେଥିରୁ ୧୧୮୯ଜଣଙ୍କ ପାଖଷର କରୋନା ଭୁତାଣୁ ଚିହ୍ନଟ କରାଯାଇଛି। ଏହି ହାର ୯୮.୯୫ ପ୍ରତିଶତ ରହିଛି।
ଦେଶରେ ସମୁଦା୍ର ୧ଲକ୍ଷ ୧୮ ହଜାର ୨୩୫ଜଣଙ୍କ ନମୁନାରେ କରୋନା ପଜିଟିଭ୍ ଏଯାଏ ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରୁ ଏବେ ୬୬ ହଜାର ୯୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ୪୮ହଜାର ୫୫୩ଜଣ ସୁସ୍ଥ ହୋଇଥିବା ବେଳେ ୩୫୮୪ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାରଙ୍କ ପୋର୍ଟାଲ୍ରେ ଦର୍ଶାଯାଇଛି।