ଦେଶର ଥିବା ବିଭିନ୍ନ ବନ୍ଦରର ଉନ୍ନତି ପାଇଁ ଖର୍ଚ୍ଚ ହେବ ୮୨୦ କୋଟି ଡଲାର’- ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାରିଟାଇମ୍ ଇଣ୍ଡିଆ ସମିଟ୍-୨୦୨୧କୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ସାମୁଦ୍ରିକ ଅର୍ଥ୍ୟବ୍ୟବସ୍ଥାର ବିକାଶକୁ ଆଗକୁ ବଢାଇବା ଉପରେ ଆଲୋକପାତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ଦେଶ ଯୋଗ ଦେଇଥିଲେ । ୫୦ ଦେଶର ୧ ଲକ୍ଷରୁ ଅଧିକ ପ୍ରତିନିଧି ଏମଆଇଏସ-୨୦୨୧ରେ ଅନଲାଇନ୍ ଯୋଗେ ଭାଗ ନେଇଥିଲେ । ଏହା ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାମୁଦ୍ରିକ ନୌବୈାଣିଜ୍ୟ କ୍ଷେତ୍ରର ବିକାଶ ପାଇଁ ୨୦୩୫ସୁଦ୍ଧା ବିଭିନ୍ନ ପ୍ରକଳ୍ପରେ ୮୨ ଆରବ ବା ୮୨ ୦ କୋଟି ଡଲାର ଖର୍ଚ୍ଚ ହେବ । ସାଗରମାଳା ପରିଯୋଜନାରେ ୫୭୪ରୁ ଅଧିକ ପ୍ରକଳ୍ଲ ଉପରେ କାମ ହେବ । ଏଥିପାଇଁ ୮୨ ଆରବ ଡଲାର ଖର୍ଚ୍ଚ କରାଯିବ । ୨୦୩୫ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ । ଭାରତର ବନ୍ଦର ସମୂହରେ ଜାହାଜ ଚଳାଚଳ, ପରିବହନ ଆଦି ସମ୍ଭବ ହୋଇପାରୁଛି ।
ସେ ଆହୁରି କହିଛନ୍ତି ଯେ, ଆଗାମୀ ୧୦ ବର୍ଷ ମଧ୍ୟରେ ଜଳମାର୍ଗ ପରିଚାଳନା ଉପରେ କାମ କରାଯିବ । ମୋଟ ୧୮୯ଟି ବନ୍ଦକୁ ବିକଶିତ କରାଯିବ । ଏହାମଧ୍ୟରୁ ୭୮ଟି ବନ୍ଦରର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନ ଶିଳ୍ପ ଉପରେ ଜୋର୍ ଦିଆଯିବ । ୨୦୧୪ରେ ପ୍ରମୁଖ ବନ୍ଦରର କ୍ଷମତା ୮୭୦ ମିଲିୟନ ଟନ୍ ଥିଲା । ଯାହାକୁ ବୃଦ୍ଧି କରାଯାଇ ୧୫୫୦ ମିଲିୟନ ଟନ୍ କରାଯାଇଛି ।